କନକ ବ୍ୟୁରୋ : ହାତୀ ରାଗ ଅଫିସରଙ୍କ ଉପରେ ଶୁଝାଇଲେ ଚାଷୀ । କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ଯାଇ ହଟହଟା ବନ କର୍ମଚାରୀ । ଡେପୁଟି ରେଞ୍ଜର ଓ ଫରେଷ୍ଟର ୧୨ଘଣ୍ଟା ଯାଏଁ ରହିଲେ ଅଟକ । ଅନୁଗୁଳ ବ୍ଲକ ଧୋକୁଟା ଗାଁକୁ କ୍ଷତିଗ୍ରସ୍ତ ଚାଷଜମି ଅନୁଧ୍ୟାନ କରିବାକୁ ଯାଇ ବନ କର୍ମଚାରୀ ଏଭଳି ହଟହଟା ହୋଇଥିବା ଦେଖିବାକୁ ମିିଳିଛି । ଦୀର୍ଘ ଦିନ ହେବ ଅନୁଗୁଳ ବନାଞ୍ଚଳରେ ହାତୀପଲ ଉପଦ୍ରବ ମଚାଉଥିବା ବେଳେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ।
ଏହାଦ୍ୱାରା ଚାଷୀ ମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଶନିବାର ବନ ବିଭାଗର ତିନି ଜଣ କର୍ମଚାରୀ ଗ୍ରାଉଣ୍ଡକୁ ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିବା ବେଳେ ଲୋକ ମାନଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଫସଲ ନଷ୍ଟର ସଠିକ ମୂଲ୍ୟାୟନ ଏବଂ କ୍ଷତିପୂରଣ ଦେବାରେ ବିଳମ୍ବ ଯୋଗୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ବନ କର୍ମଚାରୀ ମାନଙ୍କୁ ୧୨ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଧରି ଅଟକ ରଖିଥିଲେ ଅଞ୍ଚଳବାସୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/vlcsnap-2023-10-01-10h37m04s235.jpg)