ମିଶନ ଶକ୍ତି ଦୌଡିବ, ବିକଶିତ ଓଡ଼ିଶାର ସ୍ୱପ୍ନକୁ ମିଶନ ଶକ୍ତି ହିଁ ପୂରା କରିବ । ସମୀକ୍ଷା ପରେ ବଡ ବୟାନ ଦେଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

1,165

କନକ ବ୍ୟୁରୋ : ଆଜି ମିଶନ ଶକ୍ତି ବିଭାଗର ଅଧିକାରୀଙ୍କ ସହ ଆଲୋଚନା ପରେ, ଆଗାମୀ ଦିନରେ ମିଶନ ଶକ୍ତି ଦୌଡିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡା । ମିଶନ ଶକ୍ତି ଲକ୍ଷ୍ୟ ସ୍ଥଳରେ ବିକଶିତ ଓଡିଶାର ସ୍ବପ୍ନ ପୂରଣ ହେବ ।

ମିଶନ ଶକ୍ତି ଏକ ମାଇକ୍ରୋ ସରକାର, ୧୯ଟି ବିଭାଗ ସହିତ ଅନୁବନ୍ଧିତ ଏବଂ ୟୁଏନ ଏଜେନ୍ସି ସହିତ ମଧ୍ୟ ଅନୁବନ୍ଧିତ । ବିଶ୍ୱ, ରାଜ୍ୟ ଏବଂ ଗାଁ ଏଥିରେ ମିଶିକି ଅଛନ୍ତି । ଓଡିଶାକୁ ଏକ ନମ୍ବର କରିବା ପାଇଁ ସାମାଜିକ ସ୍ଥିତି, ଅର୍ଥନୀତି, ମହିଳାଙ୍କ ଅବସ୍ଥିତି ଆଗାମୀ ଶହେ ଦିନ ଭିତରେ ଦ୍ରୁତ ଗତିରେ ବିକାଶ ହେବ । ମିଶନ ଶକ୍ତି ଏକ ମାତ୍ର ବିଭାଗ ବିକଶିତ ଓଡିଶାର ସ୍ବପ୍ନ କରିପାରିବ ।

ଉପମୁଖ୍ୟମନ୍ତ୍ରୀ ଏବେ ମିଶନ ଶକ୍ତି ବିଭାଗର ଦାୟିତ୍ୱ ନେଇଛନ୍ତି । ତେଣୁ ଏହି ବିଭାଗ ଚାଲିବ କି ନାହିଁ ସେ ବାବଦରେ ସନ୍ଦେହ କରିବା ଉଚିତ ନୁହେଁ । ବରଂ ଏହି ବିଭାଗ ଏବେ ଦୌଡିବ । ମିଶନ ଶକ୍ତି ଏକ ସମୂହ । ଯେଉଁଠି ବିଶ୍ୱ, ଦେଶ, ରାଜ୍ୟ ଓ ଗାଁ ଗୁଡିକର ଅନୁଷ୍ଠାନ କାମ କରୁଛନ୍ତି । ସମସ୍ତଙ୍କ ଉଦ୍ୟମରେ ଓଡ଼ିଶା ଏକ ନମ୍ବର ରାଜ୍ୟ ହେବ । ଆମୋଦ ପ୍ରମୋଦ ବଦଳରେ ଓଡ଼ିଶାର ବିକାଶ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।