କନକ ବ୍ୟୁରୋ: ଆଡ଼ପ ମଣ୍ଡପ ବିଜେ ବେଳେ ବଡ଼ ଅଘଟଣ। ଆଡ଼ପ ପହଣ୍ଡି ବେଳେ ପ୍ରଭୁ ବଳଭଦ୍ରଙ୍କୁ ପକାଇଦେଲେ ସେବାୟତ ପହଣ୍ଡିରେ ସାମିଲ ଥିବା ୧୦ରୁ ଅଧିକ ସେବାୟତ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ସନ୍ଧ୍ୟା ୭ଟାରେ ଆଡପ ପହଣ୍ଡି ଆରମ୍ଭ ହୋଇଥିଲା। ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ବଡ଼ଠାକୁର ବଳଭଦ୍ରଙ୍କୁ ତାଳଧ୍ବଜରୁ ପହଣ୍ଡିରେ ତଳକୁ ଅଣାଯାଉଥିଲା। ଏହି ସମୟରେ ହଠାତ୍ ଚାରମାଳ ଉପରେ ହାମୁଡେଇ ପଡ଼ି ଯାଇଥିଲେ ବଡ଼ ଠାକୁର। ଫଳରେ ସେବାୟତମାନେ ରଥ ତଳକୁ ଖସି ପଡ଼ିଥିଲେ।ବହୁ କଷ୍ଟରେ ସେବାୟତମାନେ ବଡ଼ ଠାକୁରଙ୍କୁ ଉଠାଇ ଚାରମାଳ ଉପରେ ବସାଇ ଦେଇଥିଲେ। ଏଥିରେ ଆହତ ହୋଇଥିବା ସେବାୟତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା।

ଆହତଙ୍କ ମଧ୍ୟରୁ ଅଧିକାଂଶ ସେବାୟତଙ୍କ ଗୋଡ଼ରେ ଆଘାତ ଲାଗିଛି। ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି। ସେପଟେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥି ସହିତ ଆହତ ସେବାୟତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।