ନିଅଣ୍ଟିଆ ବର୍ଷା ନେଇ ଉପ-ମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓଙ୍କ ପ୍ରତିକ୍ରିୟା । କହିଲେ ଏବେଠୁ ମରୁଡି ଆଶଙ୍କା କରିବା ଠିକ୍ ନୁହେଁ ।

Advertisment
ନିଅଣ୍ଟିଆ ବର୍ଷା ନେଇ ଉପ-ମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓଙ୍କ ପ୍ରତିକ୍ରିୟା । କହିଲେ ଏବେଠୁ ମରୁଡି ଆଶଙ୍କା କରିବା ଠିକ୍ ନୁହେଁ ।

କନକ ବ୍ୟୁରୋ: ନିଅଣ୍ଟିଆ ବର୍ଷା ନେଇ ପ୍ରତିକ୍ରିୟା ରଖିଛନ୍ତି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ତେବେ ଜୁନରେ ନିଅଣ୍ଟିଆ ବର୍ଷା ହୋଇଛି, ହେଲେ ଏବେଠାରୁ ମରୁଡ଼ି ଆଶଙ୍କା କରିବା ଠିକ୍ ହେବ ନାହିଁ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ପାଣିପାଗ ବିଭାଗ ଆକଳନ କରିଛି ଯେ, ଜୁଲାଇ ଓ ସେପ୍ଟେମ୍ବରରେ ଭଲ ବର୍ଷା ହେବ । ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ବର୍ଷାକୁ ଅପେକ୍ଷା କରିବା, ସେ ବର୍ଷାରେ ଚାଷ କାମର ନିଅଣ୍ଟିଆ ବର୍ଷା ଭରଣା ହୋଇଯିବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ରାଜ୍ୟରେ ୨୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଜୁନ ମାସରେ ୪୧ ପ୍ରତିଶତ କମ ବର୍ଷା ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe