କନକ ବ୍ୟୁରୋ : ଲୋକଙ୍କ ସୁବିଧା ପାଇଁ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କରୁଛନ୍ତି । ହେଲେ ତାହା ବାସ୍ତବରେ ଲୋକଙ୍କ ପାଖରେ ପହଞ୍ଚଛନ୍ତି ନା ନାହିଁ ତାର ତଦାରଖ କରାଯାଉନି । ଫଳରେ ଗିରବ ଲୋକଟି ସରକାରୀ ଯୋଜନାରୁ ବଞ୍ଚିତ ହେଉଛି । କଟକ ଡମପଡା ବ୍ଲକ ହରିରାଜପୁର ଗାଁର ବୃଦ୍ଧ ନବ ଭୋଇ । ବୟସ ୭୦ ପାଖାପାଖି ହେବ । ସେ ଭିକ୍ଷା ମାଗି ଘର ଚଳାଉଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ବାଦ୍ଧ୍ୟକ୍ୟ ଭତ୍ତା ମିଳିପାରିନାହିଁ । ଭତ୍ତା ପାଇଁ ସେ ବହୁବାର ସରପଞ୍ଚଙ୍କୁ ଗୁହାରି କରିଥିଲେ ବି ତାଙ୍କ କଥା କେହି ଶୁଣୁନାହାଁନ୍ତି ।

Advertisment