ବର୍ଷାରେ ଭିଜିପାରେ ଦଶହରା : ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ; ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା

538

କନକ ବ୍ୟୁରୋ : ଦଶହରା ବାଧାକ ସାଜିପାରେ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ପାଣିପାଗ ବିଭାଗର ସୂଚନା ମୁତବାକ, ଅବପାତ ଏବେ ପାରାଦୀପ ଠାରୁ ଦକ୍ଷିଣରେ ୬୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଅଛି । ଏହା ଆହୁରୀ ଘନିଭୂତ ହୋଇ ଗଭୀର ଅବପାତର ରୂପ ନେବାର ସମ୍ଭବନା ରହିଛି । ଆଜି ମଧ୍ୟାନ ଠାରୁ ତେବେ ଅବପାତ ଉତର-ଉତରପୂର୍ବ ଦିଗରେ ଗତିକି ପଶ୍ଚିମବଙ୍ଗ ସୁନ୍ଦରବନ ଅବା ବାଂଲାଦେଶ ଉପକୂଳ ଆଡକୁ ଯିବାର ସମ୍ଭବନା ରହିଛି ।

ଯଦିଓ ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ । କିନ୍ତୁ ନବମୀ ସନ୍ଧ୍ୟା ଏବଂ ଦଶମୀରେ ବର୍ଷା ହେବାର ଆଶଙ୍କା ରହିଛି । ଯାହାର ପ୍ରଭାବ ବିଶେଷକରି ଉପକୂଳ ଓଡ଼ିଶାରେ ପଡିବ । ନବମୀ ଏବଂ ଦଶମୀରେ ହାଲୁକା ବର୍ଷା ହୋଇପାରେ । ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଅବଶିଷ୍ଟ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।

ସେହିପରି ୨୩ ତାରିଖରେ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ମୟୁରଭଂଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ. କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୪ ଓ ୨୫ ତାରିଖରେ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।