କନକ ବ୍ୟୁରୋ: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଅବପାତ ଗଭୀର ଅବପାତର ରୂପ ନେଇଛି । ଗତ ୬ ଘଣ୍ଟା ଭିତରେ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରୁଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏହା ସକ୍ରିୟ ରହିଛି । ଆଗାମୀ ୧୨ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବ ଓ ବାତ୍ୟାର ରୂପ ନେବାର ସମ୍ଭାବନା ରହୁଛି । ଆଗାମୀ ୧୨ ଘଂଟା ପର୍ଯ୍ୟନ୍ତ ଏହା ଉତ୍ତର ପଶ୍ଚିମ ଦିଗରେ ରହିବା ନେଇ ଅନୁମାନ କରାଯାଉଛି । ବାତ୍ୟାରେ ପରିଣତ ହେବା ପରେ ଗତିର ଦିଗ ପରିବର୍ତନ ହେବ ।
ଉତ୍ତର ପୂର୍ବ ଦିଗରେ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଗତି କରିବ । ବର୍ତମାନ ଓଡ଼ିଶା ପାଖରୁ ପାଖାପାଖି ୫୦୦ କିମି ଦୂରରେ ଅଛି ସକ୍ରିୟ ଅବପାତ । ଗତିପଥ ପରିବର୍ତନ କଲା ପରେ ଓଡ଼ିଶା ଉପକୂଳରୁ ୨୦୦ରୁ ୨୫୦ କିମି ଦୂରରେ ରହିବ । ଉପକୂଳବର୍ତୀ ଜିଲ୍ଲାରେ ପ୍ରଭାବ ପକାଇବ । ଆଜି ଦିନ ତମାମ ଉପକୂଳ ଓଡ଼ିଶାରେ ଆକାଶ ମେଘୁଆ ରହିବ । ଆସନ୍ତାକାଲି ସକାଳେ ପୁରୀ କେନ୍ଦ୍ରାପଡ଼ା ଜଗତସିଂହପୁର, ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/Collage-Maker-23-Oct-2022-04.06-PM.jpg)