ତାମିଲନାଡୁରେ ପ୍ରବଳ ବର୍ଷା, ଗଲାଣି ୧୪ ଜୀବନ : ଗଛ ପଡି ରାସ୍ତା ଅବରୋଧ

138

କନକ ବ୍ୟୁରୋ : ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ରହିଛି ଅବପାତ । ଏହା ଦକ୍ଷିଣ ପୂର୍ବ ଚେନ୍ନାଇଠାରୁ ୧୪୦ କିଲୋମିଟର ଦୂରରେ ରହିଛି । ଆଜି ସଂଧ୍ୟା ସୁଦ୍ଧା ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପକୂଳ ଅତିକ୍ରମ କରିବ । ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପବନ ଏବଂ ବର୍ଷା ଆରମ୍ଭ ହୋଇଯାଇଛି । ଚେନ୍ନାଇ କୋଡାମ୍ବକମ୍ ଅଂଚଳରେ ପ୍ରବଳ ବର୍ଷା ଓ ପବନ ଯୋଗୁ ଅନେକ ଗଛ ଭାଙ୍ଗି ଯାଇଛି ।

ଏହାର ପ୍ରଭାବରେ ଏଯାବତ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ଗଛ ପଡି ରାସ୍ତା ଅବରୋଧ ହୋଇଛି । ଏଥିପାଇଁ ଜନ ଜୀବନ ପ୍ରଭାବିତ ହୋଇଛି । ପ୍ରଶାସନ ପକ୍ଷରୁ ଗଛ କାଟି ରାସ୍ତା ସଫା କରାଯାଉଛି । ଦକ୍ଷିଣ ଚେନ୍ନାଇରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଦମକଳ ବାହିନୀର ୧୫୦ରୁ ଅଧିକ କର୍ମଚାରୀ ରେସକ୍ୟୁ ଅପରେସନରେ ସାମିଲ ହୋଇଛନ୍ତି । ପବନର ପ୍ରଭାବ ଅଧିକ ଥିବାରୁ ସଂଧ୍ୟା ୬ଟା ଯାଏ ବିମାନ ବନ୍ଦରକୁ ବନ୍ଦ ରଖାଯାଇଛି

ଏପଟେ ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ହାଲୁକା ବର୍ଷା ହୋଇଛି । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟ ଧରଣର ବର୍ଷା ସମ୍ଭାବନା ରହିଛି । ଏହା ସହ ଦକ୍ଷିଣ ଆଭ୍ୟନ୍ତରୀଣ ତଥା ଉପକୂଳ ଓଡ଼ିଶାରର କିଛି ଜିଲ୍ଲାରେ ପାଗ ମେଘୁଆ ରହିବା ସମ୍ଭାବନା ରହିଛି । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।