କନକ ବ୍ୟୁରୋ: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଏବେ ଅଧିକ ଘନୀଭୂତ ହୋଇ ୱେଲମାର୍କ ଲୋ ପ୍ରେସରର ରୂପ ନେଇଛି । ଏହାର ପ୍ରଭାବରେ ଆସନ୍ତା ୮ ତାରିଖ ବେଳକୁ ବର୍ଷା ହେବ । କିନ୍ତୁ ବାତ୍ୟା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ବୋଲି ସ୍ପଷ୍ଟ କରିଛି ଆଂଚଳିକ ପାଣିପାଗ ବିଭାଗ । ୱେଲମାର୍କ ଲୋ ପ୍ରେସର ଆଗକୁ ପଶ୍ଚିମ ବଙ୍ଗୋପସାଗର ଆଡକୁ ଗତି କରିବ । ଆସନ୍ତା ୩୬ ଘଂଟା ପରେ ଏହାର ପରବର୍ତି ଚିତ୍ର ସ୍ପଷ୍ଟ ହେବ ।

Advertisment

publive-image

ଆଗକୁ ଏହା ଉତ୍ତର ପୂର୍ବ ମୁହାଁ ହୋଇ ଗତିକରିବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ । ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ରହି ଗତି କରୁଥିଲେ ମଧ୍ୟ ଓଡିଶା କିମ୍ବା ଓଡିଶା ଉପକୂଳ ପାଇଁ କୌଣସି ବିପଦ ନଥିବା ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ । ଆଂଚଳିକ ପାଣିପାଗ ବିଭାଗ ଏହି ଲଘୁଚାପର ଗତିପଥ ଉପରେ ନଜର ରଖିଛି । ଆଗକୁ ଏନେଇ ଅଧିକ ଚିତ୍ର ସ୍ପଷ୍ଟ ହେବ ।