ସୁଶାନ୍ତ ସିଂଙ୍କ ଫଟୋକୁ ନେଇ ବିବାଦରେ ଫ୍ଲିପକାର୍ଟ ଓ ଆମାଜନ୍ । ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଛି ‘ବୟକଟ୍ ଫ୍ଲିପକାର୍ଟ’ ଏବଂ ‘ବୟକଟ୍ ଆମାଜନ୍’

319

କନକ ବ୍ୟୁରୋ : ସୁଶାନ୍ତ ସିଂ ରାଜପୁତ୍, ବଲିଉଡର ଜଣେ ଏଭଳି ଚେହେରା ଥିଲେ ଯିଏକି ସବୁବେଳେ ଚର୍ଚ୍ଚାରେ ରହିଆସୁଥିଲେ । ଏବେ ସେ ଏହି ଦୁନିଆରେ ନାହାନ୍ତି ସତ, କିନ୍ତୁ ଆଜିବି ସେ ଅନେକ ଲୋକଙ୍କ ମନରେ ରାଜ କରୁଛନ୍ତି । ଆଜିବି ତାଙ୍କ ପ୍ରଶଂସକ ତାଙ୍କୁ ମନେ ପକାଉଛନ୍ତି ଆଉ ତାଙ୍କର ଗୁଣଗାନ କରୁଛନ୍ତି । ଠିକ୍ ଏହିଭଳି ସମୟରେ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଏପରି କାମ କରିଛି ଯାହାକୁ ନେଇ ପ୍ଲିପକାର୍ଟ ଏବେ ବିବାଦଘେରକୁ ଚାଲିଆସିଛି । ସୋସିଆଲ ମିଡିଆରେ ‘ବୟକଟ୍ ଫ୍ଲିପକାର୍ଟ’ ବୋଲି ନିଆଁ ଭଳି ଭାଇରାଲ ହେଉଛି । ତେବେ ଆସନ୍ତୁ ଜାଣିବା କଣ ରହିଛି ପୂରା ଘଟଣା


ଫ୍ଲିପକାର୍ଟ ଏକ ଟି-ସାର୍ଟରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଏକ ଫଟୋ ଛାପିଛି । ଯେଉଁଥିରେ ସୁଶାନ୍ତ ସିଂଙ୍କ ଫଟୋ ରହିବା ସାଙ୍ଗକୁ ତଳେ ଲେଖାଯାଇଛି ‘ଡିପ୍ରେସନ୍’ । ବର୍ତ୍ତମାନ ଏହି ଟି-ସାର୍ଟକୁ ଦେଖି ଫ୍ୟାନଙ୍କ ମଧ୍ୟରେ ରାଗ ବଢିଯାଇଛି । ଆଉ ପ୍ଲିପକାର୍ଟକୁ ବୟକଟ୍ କରିବା ପାଇଁ ଫ୍ୟାନ୍ସମାନେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । କେବଳ ଫ୍ଲିପକାର୍ଟ ନୁହେଁ ଆମାଜନ ମଧ୍ୟ ଏହି ଟି-ସର୍ଟ ବିକ୍ରି କରୁଥିବାରୁ ଆମାଜନକୁ ବି ବୟକଟ୍ କରିବା ପାଇଁ ‘ବୟକଟ୍ ଫ୍ଲିପକାର୍ଟ’ ଏବଂ ‘ବୟକଟ୍ ଆମାଜନ୍’ ହାଜ୍ ଟ୍ୟାଗ୍ ଟ୍ୱିଟର ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେବାରେ ଲାଗିଛି ।