କନକ ବ୍ୟୁରୋ: ଆଣ୍ଡାମାନ ଆଇଲ୍ୟାଣ୍ଡର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ଅବପାତର ସ୍ଥିତି । ପୋର୍ଟବ୍ଲେୟାରଠାରୁ ୩୦୦ କିଲୋମିଟର ଦୂରରେ ଅଛି ଅବପାତ । ପୁରୀର ଦକ୍ଷିଣ ଦକ୍ଷିଣ ପୂର୍ବରେ ୧୩ ଶହ କିଲୋ ମିଟର ଦୂରରେ ରହିଛି ଅବପାତ । ମେ ୮ ବେଳକୁ ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡରେ ପରିଣତ ହେବ ।

Advertisment

ସେପଟେ ଓଡ଼ିଶାକୁ ନାହିଁ ବାତ୍ୟା ବିପଦ ବୋଲି ଆଶ୍ୱସନା ଦେଇଛନ୍ତି ଆଇଏମଡି ସାଇକ୍ଲୋନ ସେଂଟର ମୁଖ୍ୟ ଆରକେ ଜେନାମଣି । ତାଙ୍କ କହିବା ହେଲା, ଉପକୂଳ ଛୁଇଁନପାରେ ବାତ୍ୟା । ଏପରିକି ବାତ୍ୟା ସମୁଦ୍ର ମଧ୍ୟରେ ଉପକୂଳ ଠାରୁ ଦେଢ଼ ଶହରୁ ଦୁଇ ଶହ କିଲୋମିଟର ଦୂରରେ ଥାଇ ରି-କର୍ଭ କରିବାର ସମ୍ଭାବନା ରହିଛି ।

ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ରଟି ଅବପାତର ରୂପ ନେଇ ସାରିଛି । ୮ ତାରିଖ ସଂଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେବ । ୧୦ ତାରିଖ ସଂଧ୍ୟା ଯାଏଁ ଏହା ଉତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଂଚିବ । ପରେ ଗତିପଥ ବଦଳାଇବ । ଉତର-ଉତରପୂର୍ବ ଦିଗରେ ଗତି କରି ଓଡ଼ିଶା ଉପକୂଳ ମୁହାଁ ହେବ । ତେବେ ଏହି ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ନାହିଁ । ଏପରିକି ଏହା ଉପକୂଳ ଦେଇ ସମାନ୍ତରାଳ ଭାବେ ଗତି କରିପାରେ ।