ଓମିକ୍ରନ୍ ସଂକ୍ରମିତ ଭାବି ପତ୍ନୀ ଓ ଦୁଇ ପୁଅଙ୍କୁ ହତ୍ୟା କଲେ ଡାକ୍ତର । ମାରିବା ପରେ ହ୍ୱାଟ୍ସଆପରେ ଭାଇକୁ ସୂଚନା ।

207

କନକ ବ୍ୟୁରୋ : ଓମିକ୍ରନ ଭୂତାଣୁରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ପରିବାର ସଦସ୍ୟକୁ ହାଣିଲେ ଡାକ୍ତର । ନିଜ ପତ୍ନୀଙ୍କ ସମେତ ଦୁଇଜଣ ପୁଅକୁ ମଧ୍ୟ ଅତି ନୃସଂଶ ଭାବେ ହତ୍ୟା କଲେ । ଡାକ୍ତର ଜଣକ ମାନସିକ ରୂପେ ଅସୁସ୍ଥ ହୋଇ ଏଭଳି କରିଥିବା ଜଣାପଡିଛି । ଉତ୍ତରପ୍ରଦେଶ କାନୁପରରୁ ଆସିଥିବା ଏ ଘଟଣା ଏବେ ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି ।

ଓମିକ୍ରନ ଆକ୍ରାନ୍ତ ହୋଇଥିବା ଭୟରେ ପତ୍ନୀ ଓ ଦୁଇ ପୁଅଙ୍କୁ ହତ୍ୟା କଲେ ଡାକ୍ତର । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ, କାନପୁରରୁ । ଡାକ୍ତର ଜଣକ ନିଜ ମାନସିକ ଭାରସାମ୍ୟ ହରାଇ ଏଭଳି କରିଥିବା ତାଙ୍କ ଭାଇଙ୍କୁ ସୂଚନା ଦେଇଛନ୍ତି । ସେ କିଭଳି ତାଙ୍କ ପତ୍ନୀ ଓ ପିଲାଙ୍କୁ ହତ୍ୟା କଲେ ତାର ପୂରା ଘଟଣାକ୍ରମକୁ ହ୍ୱାଟ୍ସଆପ୍ ମେସେଜ ଜରିଆରେ ଭାଇକୁ ପଠାଇଛନ୍ତି ଡାକ୍ତର ସୁଶୀଲ କୁମାର । ଏହି ଘଟଣା ଏବେ ସାରା ଉତ୍ତରପ୍ରଦେଶରେ ଆଲୋଡନ ସୃଷ୍ଟି କରିଛି ।

ଡାକ୍ତର ସୁଶୀଲ କୁମାର କାନପୁର ହସ୍ପିଟାଲରେ ଫରେନସିକ୍ ବିଭାଗର ମୁଖ୍ୟ ଭାବେ କାମ କରନ୍ତି । ତେବେ ନିଜ ପତ୍ନୀ ଓ ପିଲା ଓମିକ୍ରନ୍ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ସନ୍ଦେହ କରି ସେମାନଙ୍କୁ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ମୃତ ଦୁଇ ପୁଅଙ୍କ ବୟସ ୧୮ ଓ ୧୫ ଥିବା ଜଣାପଡିଛି । କାନପୁର ଇନ୍ଦ୍ରାନଗରରେ ଥିବା ଡିଭିନିଟି ଆପାର୍ଟମେଣ୍ଟର ଏହି ଘଟଣା ଏବେ ସାରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ଅନ୍ୟପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।