ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବେ କେନ୍ଦ୍ର ସରକାର! ସୁପ୍ରିମକୋର୍ଟରେ ପ୍ରସ୍ତାବ ଦେଲେ ସଲିସିଟର ଜେନେରାଲ ତୁଷାର ମେହଟା । ମାର୍ଚ୍ଚ ୨୦ରେ ପରବର୍ତୀ ଶୁଣାଣି ।
କନକ ବ୍ୟୁରୋ : ଚିଟଫଣ୍ଡ ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ସରକାର ।ସୁପ୍ରିମକୋର୍ଟରେ ଚିଟଫଣ୍ଡ ଦୁର୍ନୀତିକୁ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଏହି ପ୍ରସ୍ତାବ କେନ୍ଦ୍ର ସରକାର ଦେଇଛନ୍ତି । ଚିଟଫଣ୍ଡ ଦୁର୍ନୀତିକୁ ନେଇ କାର୍ଯ୍ୟକର୍ତ୍ତା ପିନାକ ପାଣି ମହାନ୍ତିଙ୍କ ଦ୍ୱାର ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ବିଚାପତି ଜଷ୍ଟିସ ଏମଆର ଶାହା ଓ ଜଷ୍ଟିସ ସିଟି ରବି କୁମାରଙ୍କ ଖଣ୍ଡପୀଠରେ ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କେନ୍ଦ୍ର ସରକାରଙ୍କ ପକ୍ଷ ରଖିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସଲିସିଟର ଜେନେରାଲ ପକ୍ଷ ରଖି କହିଛନ୍ତି, କେନ୍ଦ୍ର ସରକାରଙ୍କ ସମବାୟ ମନ୍ତ୍ରାଳୟ ପକ୍ଷରୁ ମଧ୍ୟବର୍ତିକାଳୀନ ଆବେଦନ ଦାଖଲ କରାଯାଇଛି । ଯେଉଁଥିରେ ଦର୍ଶାଯାଇଛି ସେବି ଓ ସାହାରା ଆକାଉଂଟରେ ୨୩ ହଜାର ୯୩୭ କୋଟି ଟଙ୍କା ରହିଛି । ସେହି ଆକାଉଂଟରୁ ୫ ହଜାର କୋଟି ଟଙ୍କା ସେଂଟ୍ରାଲ ରେଜିଷ୍ଟାର କୋଅପରେଟିଭ ସୋସାଇଟିକୁ ଦିଆଯାଉ । ସେହି ଅର୍ଥକୁ କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀଙ୍କୁ ଫେରାଇ ଦିଆଯିବ । ଏହା ଶୁଣିବା ପରେ ଖଣ୍ଡପୀଠ କହିଥିଲେ ସାହାରା ମାମଲାରେ ଗୁରୁତର ବିବାଦ ଲାଗି ରହିଛି । ଜବାବ ଦେଇ ତୁଷାର ମେହେଟ୍ଟା କହିଥିଲେ ସେଂଟ୍ରାଲ ରେଜିଷ୍ଟାର କୋଅପରେଟିଭ ସୋସାଇଟି ପ୍ରକୃତ ଜମାକାରୀଙ୍କ ତଥ୍ୟ ଯାଂଚ କରିବେ । ଏହାପରେ ସୁପ୍ରିମକୋର୍ଟ କେନ୍ଦ୍ର ସମବାୟ ମନ୍ତ୍ରାଳୟ ପକ୍ଷରୁ ଦାଖଲ ମଧ୍ୟବର୍ତିକାଳୀନ ଆବେଦନର ନକଲ ମାଗିଥିଲେ । ସେହି ସମୟରେ ଆବଦନର ନକଲ ମିଲିନଥିବାରୁ ମାମଲାର ଶୁଣାଣିକୁ ମାର୍ଚ୍ଚ ୨୦ ତାରିଖ ଯାଏଁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ ।