କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନେଜ୍ ସମସ୍ୟା : ହାଇକୋର୍ଟଙ୍କ ଉଦବେଗ; ୨୭ ସୁଦ୍ଧା କାମ ସାରିବାକୁ କଡ଼ା ନିର୍ଦ୍ଦେଶ

85

କନକ ବ୍ୟୁରୋ : ହାଇକୋର୍ଟରେ ପହଞ୍ଚିଲା କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନେଜ ସମସ୍ୟା ମାମଲା । ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି ଆର ଆଣ୍ଡ ବି, ୱାଟକୋ, ସିଏମସି ସିଟି ଇଞ୍ଜିନିୟର ଏବଂ ଗେଲ ପ୍ରବନ୍ଧକଙ୍କ ସହ ସମସ୍ତ ଅଧିକାରୀ । ଆସନ୍ତା ୨୭ ତାରିଖ ସୁଦ୍ଧା ସମସ୍ତ ରାସ୍ତାଘାଟ ମରାମତି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନଭେମ୍ବର ୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବାର ରହିଛି । ଏହି ପ୍ରସଙ୍ଗରେ ହିନ୍ଦୁସେନା ଏବଂ ହାଇକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରିଥିଲେ ।