କନକ ବ୍ୟୁରୋ : ଆମେରିକାରେ ପ୍ରାୟ ୪ ଘଣ୍ଟା କାଳ ଠପ୍ ହୋଇଗଲା ବିମାନ ସେବା । ବୈଷୟିକ ତ୍ରୁଟି କାରଣରୁ ପ୍ରାୟ ୫ ହଜାର ବିମାନ ସେବା ପ୍ରଭାବିତ ହୋଇଛି । ଆମେରିକାର ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ ଏହି ସୂଚନା ଦେଇ କହିଛିି, ନୋଟିସ୍ ଟୁ ଏୟାର ମିଶନ୍ସ ବା ନୋଟାମ୍ ଫେଲ୍ ହେବାର ସେବା ବାଧାପ୍ରାପ୍ତ ହୋଇଛି । ତେବେ ୪ ଘଣ୍ଟା ପରେ ସିଷ୍ଟମରେ ସୁଧାର ଅଣାଯିବା ପରେ ବିମାନ ଚଳାଚଳ ଆରମ୍ଭ କରିଛି ।

Advertisment

ସୂଚନା ଅନୁସାରେ, କୌଣସି ବିମାନ ଉଡ଼ାଣ ଭରିବା ପୂର୍ବରୁ ନୋଟାମର ଆବଶ୍ୟକତା ପଡ଼ିଥାଏ । ତେଣୁ ନୋଟାମ ଅଚଳ ହୋଇପଡିବାରୁ ହଜାର ହଜାର ଘୋରଇ ବିମାନ ଉଡାଣ ଭରିପାରିନଥିଲେ । ଫଳରେ ଆମେରିକାର ବିମାନ ବନ୍ଦରଗୁଡିକ ପ୍ରାୟ ୪ ଘଣ୍ଟା ଅଚଳ ହୋଇପଡିଥିଲା । ତେବେ କାଟାଟ୍ରୋଫିକ ସିଷ୍ଟମ ଫେଲୁଆର ପଛରେ ସାଇବର ଆକ୍ରମଣର ସନ୍ଦେହ କରାଯାଉଥିବା ବେଳେ ହ୍ୱାଇଟ ହାଉସ ଏପରି ଚର୍ଚ୍ଚାକୁ ଖଣ୍ଡନ କରିଛି । ଅନ୍ୟପଟେ ରାଷ୍ଟ୍ରପତି ପୁରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।