ସ୍କୁୁଲ ଫି ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ସମୀର ଦାସ : କହିଲେ, କୋର୍ଟଙ୍କ ନିର୍ଦ୍ଦେଶ ପରେ ନିଷ୍ପତ୍ତି

219

କନକ ବ୍ୟୁରୋ : ଘରୋଇ ସ୍କୁଲ ଫି’ ଛାଡକୁ ନେଇ ହାଇକୋର୍ଟଙ୍କ ଚୁଡାନ୍ତ ନିଷ୍ପତି ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଏପର୍ଯ୍ୟନ୍ତ ହାଇକୋର୍ଟଙ୍କ ନିର୍ଦ୍ଦେଶ ପହଂଚି ନାହିଁ । ଯାହା କିଛି ଗଣମାଧ୍ୟମରୁ ଜାଣିବାକୁ ପାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସି ବିଭାଗରେ ପହଚିଂବା ପରେ ତର୍ଜମା କରି ନିଷ୍ପତି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ହାଇକୋର୍ଟ କହିଛନ୍ତି, ଏମଓୟୁ ଅନୁସାରେ ଘରୋଇ ସ୍କୁଲ ଉପରେ ସରକାରଙ୍କ କର୍ତୃତ୍ୱ ରହିଛି । ତେଣୁ ସରକାର ଚାହିଁଲେ ସ୍କୁଲ ଫି’ କମାଇବା ପାଇଁ ନିର୍ଦ୍ଦେଶ ଦେଇପାରିବେ ।

ଯଦି ସରକାରଙ୍କ ନିର୍ଦ୍ଦେଶକୁ କୌଣସି ଘରୋଇ ସ୍କୁଲ ଅମାନ୍ୟ କରେ, ତେବେ ସରକାର ସେହି ସ୍କୁଲକୁ ଦେଇଥିବା ଏନଓସି ପ୍ରତ୍ୟାହାର କରିପାରିବେ । ଏହାସହ ଘରୋଇ ସ୍କୁଲ ମୁନାଫାଖୋର ନହେବାକୁ ପରାମର୍ଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ଗଣଶିକ୍ଷା ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରସ୍ତାବକୁ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି । ସ୍କୁଲ ଅଭିଭାବକ ସଂଘ, ଘରୋଇ ସ୍କୁଲ ସଂଘ, ମାମଲାର ଆବେଦନକାରୀ ଏବଂ ଗଣଶିକ୍ଷା ବିଭାଗର ମିଳିତ ବୈଠକରେ ସ୍କୁଲ ଫି’ର କିଛି ଅଂଶ ଛାଡ଼ ନେଇ ସୁପାରିସ କରାଯାଇଥିଲା ।