ସୋସିଆଲ ମିଡିଆରେ ଅଶ୍ଲୀଳ ଭିଡିଓ ଭାଇରାଲ ପ୍ରସଙ୍ଗ ! ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ କହିଲେ, ମହିଳାଙ୍କ ସମ୍ମାନ ରକ୍ଷା ପାଇଁ ନିଆଯିବ ପଦକ୍ଷେପ

31

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଅଶ୍ଲୀଳ ଭିଡିଓ ଭାଇରାଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ମନ୍ତ୍ରୀ କହିଛନ୍ତି ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ଓ ମହିଳାଙ୍କ ସମ୍ମାନ ରକ୍ଷା ପାଇଁ ପଦକ୍ଷେପ ନିଆଯିବ । ବାରିପଦାରେ ୨ ଦିନରେ ୨ଟି ଅଶ୍ଲୀଳ ଭିଡିଓ ଭାଇରାଲ ହୋଇଥିଲା । ଏନେଇ ପୀଡିତା ଯୁବତୀଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ । ସେହିପରି କେନ୍ଦୁଝରରେ ମଧ୍ୟ କିଛି ଅସାମାଜିକ ଯୁବକ ଦୁର୍ବଳ ମୁହୁର୍ତରେ ଯୁବତୀଙ୍କ ଭିଡିଓ ସୁଟ୍ କରି ଇଂଟରନେଟରେ ଛାଡି ଦେଇଛନ୍ତି । ଆଉ ତାହାର ପରିଣାମ ଭୋଗୁଛନ୍ତି ଯୁବତୀ ଓ ତାଙ୍କ ପରିବାର ।

ତେବେ ସୋସିଆଲ ମିଡିଆରେ ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଖବର ନ ଯାଉଣୁ ଏବେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଅନୁଗୁଳ ଜିଲ୍ଲା ଜରଡା ସ୍କୁଲର ଜଣେ ୮ ବର୍ଷର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏ ନେଇ ପରିବାର ପକ୍ଷରୁ ଜରପଡା ଥାନାରେ ଏତଲା ଦିଆଯାଇଛି । ଘଟଣା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ସ୍କୁଲ ଆଗରେ ଅଭିଭାବକ ଧାରଣା ଦେଇଛନ୍ତି ।

ଖବର ଅନୁସାରେ, ଜରଡା ସ୍କୁଲର ଜଣେ ୮ ବର୍ଷର ଛାତ୍ରୀଙ୍କୁ ଗତକାଲି ସେହି ଗାଁର ଜଣେ ଯୁବକ ଦୁଷ୍କର୍ମ କରିଥିବା । ଏ ନେଇ ସଂପୃକ୍ତ ଛାତ୍ରୀ ସ୍କୁଲ କର୍ତୃପକ୍ଷଙ୍କୁ ଜଣାଇଥିଲେ । କିନ୍ତୁ କର୍ତ୍ତୃପକ୍ଷ ନ ଶୁଣିବାରୁ ପରିବାର ଲୋକଙ୍କୁ ଜଣାଇଥିଲେ । ଏହାପରେ ଜରପଡା ଥାନାରେ ଏତଲା ଦେଇଛନ୍ତି । ଘଟଣା ପରେ ଉତ୍ୟକ୍ତ ଗାଁ ଲୋକେ ଆଜି ସକାଳରେ ସ୍କୁଲରେ ଧାରଣା ଦେବା ତାଲା ପକାଇ ପ୍ରଧାନଶିକ୍ଷକଙ୍କୁ ଅଟକ ରଖିଛନ୍ତି । ଜରପଡା ଥାନା ଆଇଆଇସି ଘଟଣାସ୍ଥଳରେ ପଂହଚି ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରଖିଛନ୍ତି ।ସେପଟେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି ।