ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ପ୍ରସଙ୍ଗ : ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

157

କନକ ବ୍ୟୁରୋ : ବିଧାନସଭାରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ନେଇ ଆଲୋଚନା ବେଳେ ମନ୍ତ୍ରୀ ରଖିଛନ୍ତି ବିବୃତି । ସେ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ଆଇନ ଭିତରେ କୌଣସି ଦ୍ୱନ୍ଦ୍ୱ ନାହିଁ । ଅନ୍ୟ ରାଜ୍ୟରେ ଭିସି ଚୟନରେ ଯେଉଁ ବ୍ୟବସ୍ଥା ରହିଛି, ଆମ ରାଜ୍ୟରେ ଭିନ୍ନ । ସେହି ସବୁ ରାଜ୍ୟ ଭିସି ଚୟନରେ ସରକାର ହସ୍ତକ୍ଷେପ କରୁଛନ୍ତି ।

କିନ୍ତୁ ରାଜ୍ୟରେ ନିରପେକ୍ଷତା ଓ ସ୍ୱଚ୍ଛତା ଭିତରେ କୁଳପତି ଚୟନ କରାଯାଇଥାଏ । ରାଜ୍ୟପାଳ ନିଯୁକ୍ତି କରିଥାନ୍ତି । ରାଜ୍ୟପାଳ ନଭେମ୍ବର ୨୦୧୮ରେ ଅଧ୍ୟାପକ ନିଯୁକ୍ତି ଓପିଏସସି ମାଧ୍ୟମରେ କରିବାକୁ ପ୍ରସ୍ତାବ ଦେଇଥିଲେ ।

ସେହି ଅନୁସାରେ ରାଜ୍ୟ ସରକାର ବିଲରେ ବ୍ୟବସ୍ଥା କରିଛନ୍ତି । ସିନେଟ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ସିଣ୍ଡିକେଟ ବ୍ୟବସ୍ଥାକୁ ଅଧିକ ମଜଭୁତ କରାଯାଇଛି । ଜାତୀୟ ଶିକ୍ଷା ନୀତିକୁ ଅଧିକ ତର୍ଜମା କରିବାକୁ କମିଟି ଗଠନ ହୋଇଯାଇଛି ।