ପୁଷ୍ଟିକର ଖାଦ୍ୟରେ ପୋକ । ଅପପୁଷ୍ଟି ଦୂର କରିବା ନାଁରେ କୋମଳମତି ଶିଶୁଙ୍କୁ ଦିଆଯାଉଛି ପୋକ ସାଲୁବାଲୁ ଖାଦ୍ୟ । ଆଦିବାସୀ ବହୁଳ ଦେବଗଡରୁ ଆସିଲା ସାଂଘାତିକ ଅଭିଯୋଗ

1,644

କନକ ବ୍ୟୁରୋ: ରାଜ୍ୟ ସରକାର ରାଜ୍ୟରୁ ଅପପୁଷ୍ଟି ଦୂର କରିବାକୁ ଶିଶୁମାନଙ୍କୁ ଯୋଗାଇ ଦେଉଛନ୍ତି ପୁଷ୍ଟିକର ଖାଦ୍ୟ । ଆଦିବାସୀ ବହୁଳ ଦେବଗଡ ଜିଲ୍ଲା ବାରକୋଟ୍ ବ୍ଲକର ପୁରୁଣା ପାଣି ଗାଁରୁ ଆସିଛି ଏପରି ଚିତ୍ର । ଅଙ୍ଗନବାଡି ଜରିଆରେ ଯୋଗାଇ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟ ପୋକ ସାଲୁବାଲୁ । ଶିଶୁଙ୍କୁ ଯୋଗାଇ ଦିଆଯାଉଥିବା ଛତୁଆ ଏବଂ ସୁଜିରେ ଏବେ ପୋକ ସାଲୁବାଲୁ । ପୋକ ବାହାରୁଥିବା ଶୁଖିଲା ଖାଦ୍ୟ ପ୍ୟାକେଟ୍ ଗୁଡିକ ୩ ମାସର ପୁରୁଣା ବୋଲି ଜଣାପଡିଛି ।

ସରକାର କୋଟି କୋଟି ଟଙ୍କା ଖର୍ଚ କରି ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ବ୍ୟବସ୍ଥା କରିଛନ୍ତି । କିନ୍ତୁ ଖାଦ୍ୟ ପ୍ୟାକିଂ ଓ ଯୋଗାଣର ବିଭିନ୍ନ ନିୟମକୁ ଉଲଂଘନ କରି ବାରକୋଟ୍ ବ୍ଲକରେ ଏପରି ଶୁଖିଲା ଖାଦ୍ୟ ପ୍ୟାକେଟ୍ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଅନ୍ୟପଟେ ଏହି ସବୁ ଖାଦ୍ୟ ନିମ୍ନ ମାନର ବୋଲି ମଧ୍ୟ ଅଭିଯୋଗ ହୋଇଛି । ସେପଟେ ଘଟଣାକୁ ସ୍ୱୀକାର କରିବା ସହ ଖାଦ୍ୟ ଯୋଗାଣକାରୀ ସଂସ୍ଥାକୁ କଡା ତାଗିଦ୍ କରିଛନ୍ତି ବାରକୋଟ୍ ବ୍ଲକ୍ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ।