୩ ଦିନର କାଳବୈଶାଖୀ ବର୍ଷା ପରେ ବଦଳିଲା ପାଗ । ସକାଳୁ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ।

Advertisment
୩ ଦିନର କାଳବୈଶାଖୀ ବର୍ଷା ପରେ ବଦଳିଲା ପାଗ । ସକାଳୁ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ।

କନକ ବ୍ୟୁରୋ: ବଦଳିଲା ପାଗ । ତିନି ଦିନର ବର୍ଷା ପରେ ଆଜି ସକାଳୁ ଘନ କୁହୁଡି । ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୂତ ହୋଇଛି । ଏହା ସହ ପ୍ରବଳ ଥଣ୍ଡା ମଧ୍ୟ ଅନୁଭୂତ ହେଉଛି । ଏପରି ପାଗ ହୋଇଛି ଯେ, ଶୀତ ଦିନର ଭ୍ରମ ସୃଷ୍ଟି କରୁଛି ।

ସେପଟେ କାଳବୈଶାଖୀ ବର୍ଷା ପରେ ଆଜିଠୁ ତାତି ବଢିବ । ଶୁଖିଲା ଓ ଖରାଟିଆ ପାଗ ହେବ । ଆଜିଠୁ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବଢିବା ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe