ଘନ କୁହୁଡିରେ ଛାଇ ରହିଛି ସାରା ଉତ୍ତର ଭାରତ  : ଦିଲ୍ଲୀରେ ଅନେକ ସ୍ଥାନରେ ଘନ କୁହୁଡି କାରଣରୁ ଦୃଶ୍ୟମାନ ହେଉନି ରାସ୍ତାଘାଟ , ଗମନାଗମନ ପ୍ରଭାବିତ

Advertisment
ଘନ କୁହୁଡିରେ ଛାଇ ରହିଛି ସାରା ଉତ୍ତର ଭାରତ  : ଦିଲ୍ଲୀରେ ଅନେକ ସ୍ଥାନରେ ଘନ କୁହୁଡି କାରଣରୁ ଦୃଶ୍ୟମାନ ହେଉନି ରାସ୍ତାଘାଟ , ଗମନାଗମନ ପ୍ରଭାବିତ

କନକ ବ୍ୟୁରୋ : ଜାଡରେ ଥରୁଛି ସାରା ଉତ୍ତର ଭାରତ । ଦେଶର ରାଜଧାନୀ ଦିଲ୍ଲୀରେ ଆଜି ସକାଳୁ ସକାଳୁ ଘନ କୁହୁଡିର ଆସ୍ତରଣ ଛାଇ ରହିଛି । ଦନ ୧୧ଟା ସୁଦ୍ଧା ମଧ୍ୟ ସୂର୍ଯ୍ୟଙ୍କର ଦେଖା ମିଳିନି । ଘନ କୁହୁଡି କାରଣରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଜିରୋ ଭିଜିବିଲିଟି ସ୍ଥିତି ଦେଖା ଦେଇଛି ।

ଅର୍ଥାତ୍ ଖାଲି ଆଖିରେ କିଛି ମିଟର ଦୂରକୁ ଦେଖିବା ବି ସମ୍ଭବ ନୁହଁ । ଦିଲ୍ଲୀର ଆଇଟିଓ ଏବଂ ଏନସିଆର ପରି ଅଂଚଳରେ ଘନ କୁହୁଡିର ଆସ୍ତରଣ ଛାଇ ରହିଛି । ଏହାକୁ ନେଇ ଗମନାଗମନ ପ୍ରଭାବିତ ହୋଇଛି । ଦିନରେ ଆଲୋକ ଜାଳି ଗାଡି ଚାଳକ ଯା ଆସ କରୁଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe