କନକ ବ୍ୟୁରୋ : ଜାଡରେ ଥରୁଛି ସାରା ଉତ୍ତର ଭାରତ । ଦେଶର ରାଜଧାନୀ ଦିଲ୍ଲୀରେ ଆଜି ସକାଳୁ ସକାଳୁ ଘନ କୁହୁଡିର ଆସ୍ତରଣ ଛାଇ ରହିଛି । ଦନ ୧୧ଟା ସୁଦ୍ଧା ମଧ୍ୟ ସୂର୍ଯ୍ୟଙ୍କର ଦେଖା ମିଳିନି । ଘନ କୁହୁଡି କାରଣରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଜିରୋ ଭିଜିବିଲିଟି ସ୍ଥିତି ଦେଖା ଦେଇଛି ।
ଅର୍ଥାତ୍ ଖାଲି ଆଖିରେ କିଛି ମିଟର ଦୂରକୁ ଦେଖିବା ବି ସମ୍ଭବ ନୁହଁ । ଦିଲ୍ଲୀର ଆଇଟିଓ ଏବଂ ଏନସିଆର ପରି ଅଂଚଳରେ ଘନ କୁହୁଡିର ଆସ୍ତରଣ ଛାଇ ରହିଛି । ଏହାକୁ ନେଇ ଗମନାଗମନ ପ୍ରଭାବିତ ହୋଇଛି । ଦିନରେ ଆଲୋକ ଜାଳି ଗାଡି ଚାଳକ ଯା ଆସ କରୁଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/15.jpg)