କୁହୁଡି କବଳରେ ରାଜ୍ୟର ବିଭିନ୍ନ ସ୍ଥାନ: କୋଣାର୍କରେ ହଜିଗଲା ମନ୍ଦିର; ଗଜପତି ସମେତ କଟକ ଓ ଭୁବନେଶ୍ୱରରେ ଦେଖାଯାଉନି ମୁହଁକୁ ମୁହଁ

ଗାଡି ଚଳାଚଳ ସାମାନ୍ୟ ପ୍ରଭାବିତ

301

କନକ ବ୍ୟୁରୋ: ଲାଗାତାର ଦ୍ୱିତୀୟ ଦିନ ଲାଗି ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡିର ଚାଦର ଦେଖିବାକୁ ମିଳିଛି । ଗଜପତି, କୋଣାର୍କ ସମେତ କଟକ ଓ ଭୁବନେଶ୍ୱରରେ କୁହୁଡିର ଚାଦର ଦେଖିବାକୁ ମିଳିଛି । ଘନ କୁହୁଡି ଯୋଗୁଁ ବିଭିନ୍ନ ସ୍ଥାନରେ ସାଧାରଣ ଜୀବନଯାତ୍ରା ଏକପ୍ରକାର ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ବି ଶୀତକୁ ବଳିପଡିଛି କୁହୁଡି । ରାଜ୍ୟରେ ଏ ଯାଏଁ ଶୀତର ପ୍ରକୋପ କମ ରହିଛି । କୁହୁଡି ଯୋଗୁଁ ଗାଡି ଚଳାଚଳରେ ସମସ୍ୟା ବି ଦେଖାଦେଇଛି ।

ସେପଟେ କୁହୁଡିରେ ହଜିଯାଇଛି କୋଣାର୍କ । ଆଜି ସକାଳୁ କୋଣାର୍କ ଅଂଚଳରେ ବି ଘନ କୁହୁଡି ଦେଖିବାକୁ ମିଳିଛି । ଶୀତ ସହ ଲୋକେ ଘନ କୁହୁଡିର ମଜା ନେଇଛନ୍ତି । କୋଣାର୍କରେ କୁହୁଡି ଯୋଗୁଁ କିଛି ସମୟ ପାଇଁ ବିଶ୍ୱପ୍ରସିଦ୍ଧ କୋଣାର୍କ କିଛି ସମୟ ପାଇଁ ହଜିଯିବାର ଭ୍ରମ ସୃଷ୍ଟି ହୋଇଛି । କୋଣାର୍କ ଓ ଏହାର ଆଖପାଖ ଅଂଚଳରେ ଶୀତ ସହ କୁହୁଡି ଦେଖାଦେଇଛି ।