ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି : କୁହୁଡିରେ ଘୋଡେଇ ହୋଇଯାଇଥିଲା ରାଜଧାନୀ

80

କନକ ବ୍ୟୁରୋ : ରାଜ୍ୟରେ ବିଭିନ୍ନ ଘନ କୁହୂୁଡି । ଆଜି ଚଳିତ ବର୍ଷର ପ୍ରଥମ କୁହୁଡି ଅନୁଭୂତ ହୋଇଛି । ଆଜି ସକାଳେ ଟ୍ୱିନି ସିଟି ସମେତ ଉପକୂଳ ଅଂଚଳର କିଛି ସ୍ଥାନରେ ଘନକୁହୁଡି ସାଧାରଣ ଜୀବନଯାତ୍ରାକୁ ଗୁରୁତର ପ୍ରଭାବିତ କରିଛି । ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା ।

କୁହୁଡି ଯୋଗୁଁ ଶହେ ମିଟର ଦୂରରୁ ମୁହଁ ଦେଖାଯାଉନି । ପ୍ରବଳ କୁହୁଡି ଯୋଗୁ ଲୋକେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଆଜି ବଲାଙ୍ଗୀରରେ ଘନ କୁହୁଡି ପଡ଼ିଥିବା ଦେଖିବାକୁ ମିଳିଥିଲା । ଭୁବନେଶ୍ୱର, ଭବାନୀପାଟଣା ଏବଂ ମାଲକାନଗିରିରେ ମଧ୍ୟମ ଧରଣର କୁହୁଡି ପଡ଼ିଛି । ପାରାଦ୍ୱୀପ ଏବଂ ପୁରୀରେ ହାଲୁକା କୁହୁଡି ଦୃଶ୍ୟମାନ ହୋଇଛି ।