କନକ ବ୍ୟୁରୋ : ଛେଳି କ୍ଷୀରର ଲିଟର ପିଛା ଦାମ ୧୬୦୦ ଟଙ୍କା । ଉତରାଖଣ୍ଡ ଡେରାଡୁନରେ ଏବେ ଡେଙ୍ଗୁ ଭୟଙ୍କର ଭାବେ ବ୍ୟାପିଛି । ଛେଳି କ୍ଷୀର ପିଇଲେ ଏହି ରୋଗରୁ ଉପଶମ ମିଳୁଥିବା କୁଆଡେ ଡାକ୍ତର ପରାମର୍ଶ ଦେଇଛନ୍ତି । ତେଣୁ ଏବେ ଛେଳି କ୍ଷୀର ନେବାକୁ ଲୋକେ ସହରରୁ ଗାଁ ମୁହାଁ ହେଉଛନ୍ତି । ଏବେ ଉତ୍ତରାଖଣ୍ଡରେ ୭୫୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜଧାନୀ ଡେରାଡୁନରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ପାଖାପାଖି ରହିଛି ।

Advertisment

ଜ୍ୱର ହେଉଥିବାରୁ ଲୋକେ ଦୁର୍ବଳ ଅନୁଭବ କରୁଛନ୍ତି । ଆଉ ସୁସ୍ଥ ହେବାକୁ ଯାଇ ଏହି କ୍ଷୀର ଛେଳି ବ୍ୟବହାର କରୁଛନ୍ତି । ଛେଳି କ୍ଷୀରର ଚାହିଦା ଏଭଳି ରହିଛି ଯେ ସହରରୁ ଗାଁକୁ ଆସି ଲୋକମାନେ ଚାଷୀଙ୍କଠୁ କ୍ଷୀର ନେଉଛନ୍ତି । ଦାମ ଅଧିକ ଥିବାରୁ କିଏ ୨୦୦ ଗ୍ରାମ ତ ଆଉ କିଏ ୪୦୦ ଗ୍ରାମ ନେଉଛନ୍ତି । ଚାଷୀଙ୍କ କହିବା କଥା ଛେଳି କ୍ଷୀରର ଅଧିକ ଶକ୍ତି ରହିଛି । ଯେଉଁମାନେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହେବା ପରେ ଦୁର୍ବଳ ହୋଇଯାଉଛନ୍ତି ସେମାନେ ଏହି କ୍ଷୀର ଉପରେ ନିର୍ଭର କରୁଛନ୍ତି । ରାତିରେ ଛେଳି କ୍ଷୀର ପିଇ ଶୋଇଲେ ସକାଳେ ଜଣେ ଆଉ ଦୁର୍ବଳ ଅନୁଭବ କରିବ ନାହଁ ହୋଲି କହିଛନ୍ତି ।