କନକ ବ୍ୟୁରୋ: ଚାରିଆଡେ ଏବେ ହଙ୍ଗୁର ପ୍ରକୋପ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ସବୁ ଡାକ୍ତରଖାନାରେ ସଂଖ୍ୟାଧିକ ଡେଙ୍ଗୁ ରୋଗୀ । ତେଣୁ ଏଭଳି ସ୍ଥିତିର ନିୟନ୍ତ୍ରଣ ପାଇଁ ରାଜ୍ୟର ସମସ୍ତ ଡାକ୍ତରଙ୍କ ଛୁଟିବ ବାତିଲ କରାଯାଇଛି । ଏହା ସହ ଏକ ସ୍ୱତନ୍ତ୍ର ଯାଞ୍ଚ ଟିମକୁ ଘଟଣାସ୍ଥଳକୁ ପଠାଯାଇଛି ।
ଡେଙ୍ଗୁ ନିୟନ୍ତ୍ରଣ ଦିଗରେ ଉତ୍ତରପ୍ରଦେଶ ସରକାର ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ରାଜ୍ୟରେ ସମସ୍ତ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଡେଙ୍ଗୁ ମାମଲା କମ୍ ରହିଛି। ହସ୍ପିଟାଲରେ ବେଡ୍ ସଂରକ୍ଷିତ ରଖାଯାଇଛି ଏବଂ ପର୍ୟ୍ୟାପ୍ତ ପ୍ଲେଟଲେଟ୍ ଉପଲବ୍ଧ ପାଇଁ ପ୍ରସ୍ତୁତି ଜାରି ରହିଛି। ଅନ୍ୟପକ୍ଷେ ଡେଙ୍ଗୁ ମୁକାବିଲା ପାଇଁ କେନ୍ଦ୍ର ସରକାର ଉତ୍ତରପ୍ରଦେଶକୁ ଏକ ଉଚ୍ଚସ୍ତରୀୟ ଟିମ୍ ପଠାଇଛନ୍ତି। କେନ୍ଦ୍ର ସରକାର ୬ ଜଣିଆ ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ ଟିମ୍ ମୁତୟନ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଉତ୍ତରପ୍ରଦେଶକୁ ଏହି ଟିମ୍ ପଠାଯାଇଛି। ଡାକ୍ତର ଭିକେ ଚୌଧାରୀ ଏହି ଟିମ୍ର ନେତୃତ୍ବ ନେଇଛନ୍ତି ବୋଲି କହିଛନ୍ତି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/d.jpg)