କନକ ବ୍ୟୁରୋ : ବର୍ଷା ଦିନ ଆରମ୍ଭରୁ ଚିନ୍ତା ବଢ଼ାଇଛି ଡେଙ୍ଗୁ। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ରଖିଛି । ଗତବର୍ଷ ଜୁଲାଇ ସୁଦ୍ଧା ରାଜ୍ୟରେ ୨୨୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୩୮୯ ରହିଛି । ତେଣୁ ଏହାର ମୁକାବିଲା ସ୍ବାସ୍ଥ୍ୟ ବିଭାଗ ପାଇଁ ବଡ଼ ଚାଲେଞ୍ଜ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ୧୦୦ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୩୮, ବଲାଙ୍ଗୀରୁ ୩୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀର ସଇଁଳାର ଗୋପବନ୍ଧୁପଡ଼ାରୁ କିଛି ଲୋକ କାମ କରିବାକୁ ତେଲେଙ୍ଗାନା ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ସେଠାରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛି । ଡେଙ୍ଗୁ ରୋକିବାକୁ ଚେଷ୍ଟା ଚାଲିଥିବା ବେଳେ ରାଜ୍ୟରେ ଟେଷ୍ଟିକୁ ବଢ଼ାଯାଇଛି । ସବୁ ଡାକ୍ତରଖାନାରେ ଡେଙ୍ଗୁ ୱାର୍ଡ ଖୋଲାଯାଇଛି ।

Advertisment