କନକ ବ୍ୟୁରୋ : ଗୋଟିଏ ପଟେ ଡେଙ୍ଗୁ ସ୍ଥିତି ଅଣାୟତ ହେଉଥିବା ବେଳେ ଚିନ୍ତା ବଢ଼ାଇଛି ଡେଙ୍ଗୁ-୨ ପ୍ରଜାତି । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆରଏମଆସିରେ ରକ୍ତ ନମୁନା ସିକ୍ୟୁଏନ୍ସିଂ କରାଯାଇଛି । ସେରୋ ସର୍ଭିଲାନ୍ସରେ ଡେଙ୍ଗୁର ୪ ପ୍ରକାର ଭୂତାଣୁ ଦେଖିବାକୁ ମିଳିଥାଏ । ଏବେ
୭୦ ପ୍ରତିଶତ ନମୁନାରେ ଡେଙ୍ଗୁ-୨ (ଡିଇଏନ୍ଭି-୨) ଚିହ୍ନଟ
୨୮ ପ୍ରତିଶତ ନମୁନାରେ ଡେଙ୍ଗୁ-୧
ଗୋଟିଏ ନମୁନାରେ ଡେଙ୍ଗୁ-୩
ଦୁଇଟି ନମୁନାରେ କୋ-ଇନ୍ଫେକ୍ସନ

Advertisment

ସେପ୍ଟେମ୍ବରରେ ଡେଙ୍ଗୁର ପିକ୍ ପରିୟଡ ଚାଲିଛି । ଭୁବନେଶ୍ୱର ଡେଙ୍ଗୁ ହଟସ୍ପଟ୍ ପାଲଟିଥିବା ବେଳେ କ୍ୟାପିଟାଲ ହସପିଟାଲରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯେତିକି ରୋଗୀ ଆସୁଛନ୍ତି, ସେତିକି ବେଡ୍ ନଥିବାରୁ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ରୋଗୀ । ହସପିଟାଲର ସ୍ଥିତି ଏପରି ହୋଇଛି ଯେ ଅନ୍ୟ ରୋଗୀଙ୍କୁ ଡେଙ୍ଗୁ ବ୍ୟାପିବା ଆଶଙ୍କା ବୃଦ୍ଧି ପାଇଛି । ଏପଟେ କ୍ୟାପିଟାଲ ହସପିଟାଲର ଚାପ କମାଇବା ପାଇଁ ଆରଏମଆରସିରେ ଡେଙ୍ଗୁ ପରୀକ୍ଷା ଉପଲବ୍ଧ କରାଯିବ । ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡେଙ୍ଗୁ ପରୀକ୍ଷା ଓ ଚିକିତ୍ସା ବ୍ୟବସ୍ଥା କରାଯାଉଛି । ସରକାରଙ୍କ ପକ୍ଷରୁ ଡେଙ୍ଗୁ ସଂପର୍କରେ ସଚେତନ କରାଯାଉଛି ।

ବିଏମସି ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ହେଲେ ରାଜଧାନୀରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି । ଖୋଲା ଡ୍ରେନ, ଅଳିଆ ଆବର୍ଜନା ଡେଙ୍ଗୁ ବ୍ୟାପିବାର ମୁଖ୍ୟ କାରଣ ବୋଲି ଅଭିଯୋଗ କରୁଛନ୍ତି ରାଜଧାନୀ ବାସିନ୍ଦା ।