କନକ ବ୍ୟୁରୋ: ଗଣେଶ ଭସାଣୀରେ ଡେଙ୍ଗୁ ସଚେତନତା ବାର୍ତା । ପାରମ୍ପରିକ ଶଗଡ ଗାଡିରେ ଗଜାନନଙ୍କ ଭସାଣୀ । ଅସ୍ତରଙ୍ଗ ଓସ୍ତପୁରରେ ନିଆରା ଢଙ୍ଗରେ ପାଳନ ହୋଇଛି ଗଜାନନଙ୍କ ଭସାଣ ଉତ୍ସବ । ଚଳିତଥର ଯୁବକ ମାନେ ଭସାଣ ମାଧ୍ୟମରେ ସୃଷ୍ଟି କରିଛନ୍ତି ସଚେତନତା । ଡେଙ୍ଗୁ ବ୍ୟାପୁଥିବାରୁ ଲୋକେ ପାରମ୍ପରିକ ବାଦ୍ୟ ସହ ଡେଙ୍ଗୁ ସଚେତନତା କରିଛନ୍ତି । ଡିଜେକୁ ବାଦ୍ ଦେଇ ପାରମ୍ପରିକ ବାଜା ଓ ଶଗଡ ଗାଡିରେ ଭସାଣ ଉତ୍ସବ ପାଳନ କରିଛନ୍ତି । ପ୍ଲା କାର୍ଡ ସହିତ ଗାଁ ଦାଣ୍ଡରେ ଝୁଣା ହାଣ୍ଡି ଧରି ଧୂଆଁ ବୁଲାଇ ମଶା ଘଉଡାଇଥିଲେ । ମଶାକୁ କିଭଳି ଆୟତ କରି ଡେଙ୍ଗୁରୁ ରକ୍ଷା ପାଇବ ସେ ନେଇ ସଚେତନ କରିଛନ୍ତି ।