କନକ ବ୍ୟୁରୋ : କଟକ ବଡ ମେଡିକାଲରେ ପୁଣି ଡେଙ୍ଗୁ ମୃତ୍ୟୁ ଘଟିଛି। ଏହା ହେଉଛି ଚଳିତ ବର୍ଷର ଦ୍ବିତୀୟ ଡେଙ୍ଗୁ ମୃତ୍ୟୁ। ମୃତକ ହେଉଛନ୍ତି ପୁରୀ ଜିଲ୍ଲାର ସାକ୍ଷୀଗୋପାଳର ରମା ବାରିକ୍(୫୦)। ସେ ମେଡିସିନ୍ ବିଭାଗର ଦ୍ବିତୀୟ ୟୁନିଟରେ ୮ ତାରିଖରୁ ଭର୍ତ୍ତି ହୋଇଥିଲେ। ତେବେ ସେ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଏସସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଅଗଷ୍ଟ ୧୩ରେ କେନ୍ଦ୍ରାପଡା ଜିଲ୍ଲା ବାଳକାଟୀ ଗ୍ରାମର ଦେବକୀ ବେହେରା(୬୦)ଙ୍କ ଡେଙ୍ଗୁରେ ମୃତ୍ୟୁ ଘଟିଥିଲା। ଅନ୍ୟପଟେ ଗୋଟିଏ ଦିନରେ ୨୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।
Image Courtesy : http://images.indianexpress.comଏସସିବିରେ ୧୨୫ଟି ରକ୍ତ ପରୀକ୍ଷା କରାଯାଇଥିବା ବେଳେ ସେଥିରୁ କଟକରୁ ସର୍ବାଧିକ ୫ ଜଣ, ଯାଜପୁର ୪ ଜଣ, ବାଲେଶ୍ବର ଓ କେନ୍ଦ୍ରାପଡାରୁ ୩, ମୟୂରଭଞ୍ଜରୁ ୨ଜଣ, ଢେଙ୍କାନାଳ, ଜଗତ୍ସିଂହପୁର, କେନ୍ଦୁଝର, ଖୋର୍ଦ୍ଧା , ନୟାଗଡ, ପୁରୀରୁ ଜଣେ ଲେଖାଏଁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। କଟକର ଜଗତ୍ପୁରରୁ ୨ଜଣ, ଚାଉଳିଆଗଞ୍ଜ, ବାମ୍ଫିସାହି ଅଂଚଳରୁ ଜଣେ ଲେଖାଏଁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଏସସିବିରେ ୬୧ଜଣ ରୋଗୀ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି।
Follow Us