କରୋନା କାଳରେ କୋରାପୁଟରେ ଡେଙ୍ଗୁ ଡର । ୭୮ ଜଣଙ୍କ ନମୁନା ପରୀକ୍ଷାରୁ ୧୩ ଜଣ ଡେଙ୍ଗୁ ପଜିଟିଭ । ଆକ୍ରାନ୍ତ କୋରାପୁଟ ଓ ବ୍ରହ୍ମପୁର ହସ୍ପିଟାଲରେ ଭର୍ତି

142

କନକ ବ୍ୟୁରୋ : କରୋନା କାଳରେ ଡ଼େଙ୍ଗୁର ଆତଙ୍କ ଏବେ କୋରାପୁଟ ଜିଲ୍ଳା ବାସୀଙ୍କୁ ଆତଙ୍କିତ କରିଛି । ସ୍ଥିତି ମଧ୍ୟ ଧିରେ ଧିରେ ବିଗଡ଼ିବାରେ ଲାଗିଲାଣି । ଏପର୍ଯ୍ୟନ୍ତ ୭୮ ଜଣଙ୍କ ଡ଼େଙ୍ଗୁ ପରିକ୍ଷା କରାଯାଇଥିବା ବେଳେ ୧୩ ଜଣ ପଜେଟିଭ ବାହାରି ସାରିଲେଣି । ସେମାନଙ୍କ ମଧ୍ୟରୁ କିଛି କୋରାପୁଟରେ ଚିକିତ୍ସା ହେଉଥିବା ବେଳେ କିଛି ରୋଗିଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ପଠାଯାଇଛି ।

କିଛି ବର୍ଷ ହେଲା କୋରାପୁଟ ଜିଲ୍ଳାରୁ ଡ଼େଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । କରୋନା ଭୟରେ ମେଡ଼ିକାଲକୁ ନ ଆସି ବାହାରେ ସ୍ୱାସ୍ଥ୍ୟ ପରିକ୍ଷା କରାଉଛନ୍ତି । କୋରାପୁଟରେ ପ୍ଳେଟଲେଟ ଚିକିିତ୍ସା ବ୍ୟବସ୍ଥା ନଥିବାରୁ ଗୁରୁତର ରୋଗୀଙ୍କୁ ବାହାରକୁ ପଠାଯାଉଛି । ଗତ ବର୍ଷ ୨୧ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୧୮ରେ ୧୭ ଜଣ ଓ ୨୦୧୭ରେ ୩ ଜଣ, ୨୦୧୫ରେ ୨୪ ଜଣ ରୋଗୀ ଚିହ୍ନଟ ହୋଇଥିବା ରେକର୍ଡ଼ ରହିଛି କୋରାପୁଟ ଜିଲ୍ଲାରେ ।

ଏଭଳି ଡ଼େଙ୍ଗୁରେ କୋରାପୁଟର ଯୁବ ସାମ୍ବାଦିକ କୈଳାସ ନାୟକଙ୍କର ଗତ ଗୁରବର ଦିନ ବିଶାଖାପାଟନାମର ଏକ ଘରୋଇ ଡ଼ାକ୍ତର ଖାନାରେ ମୃତ୍ୟୁ ହୋଇଛି । ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି ଏଥି ପ୍ରତି ଭୟ କରିବାର ନାହିଁ ଜିଲ୍ଳାରେ ଅତି ଶୀଘ୍ର ପ୍ଳେଟଲେଟ ଚିକିତ୍ସାର ବ୍ୟବସ୍ଥା ହୋଇଯିବ ।