ମଶାମାନଙ୍କ ଉପଦ୍ରବ କାରଣରୁ ଡେଙ୍ଗୁ ଏବଂ ଚିିକେନଗୁନିଆ ଭଳି ରୋଗ ଦିନକୁ ଦିନ ବଢିବାରେ ଲାଗିଛି । ଡେଙ୍ଗୁ ଏବଂ ଚିିକେନଗୁନିଆ ଏଭଳି ଏକ ରୋଗ ଯାହା ମଣିଷ ଶରୀରକୁ ଦୁର୍ବଳ କରିଦେଇଥାଏ । ଡାକ୍ତରଙ୍କ କହିବାନୁସାର ଏହି ରୋଗରେ ଶରୀରରୁ ପ୍ଲେଟଲେଟସ୍ କମିଯାଉଥିବାରୁ ଠିକ୍ ସମୟରେ ଚିକିତ୍ସା ନକଲେ ଜୀବନ ଚାଲିଯିବାର ସମ୍ଭାବନା ମଧ୍ୟ ଥାଏ ।
କିନ୍ତୁ ଯଦିି ଚିକିତ୍ସା ପ୍ରତି ଦୃଷ୍ଟି ଦେବେ ତେବେ ପରିବା ରୂପେ ଖାଉଥିବା ଅମୃତଭଣ୍ଡା ପତ୍ର ଡେଙ୍ଗୁ ଏବଂ ଚିିକେନଗୁନିଆ ଭଳି ରୋଗ ପାଇଁ ରାମବାଣ ଭଳି କାର୍ଯ୍ୟ କରିଥାଏ । ଅମୃତଭଣ୍ଡା ପତ୍ରରେ ଥିବା ଏସିଟୋଜିନିନ୍ ଏଭଳି ରୋଗକୁ ରୋକିବାରେ ସହାୟକ ହୋଇଥାଏ । ଏହି ପତ୍ରର ଜୁସ୍ ପ୍ରସ୍ତୁ୍ତ କରି ଆପଣ ପିଇ ମଧ୍ୟ ପାରିବେ ।
ଅମୃତଭଣ୍ଡା ପତ୍ରରେ ଜୁସ୍ ପ୍ରସ୍ତୁତ କରିବା ବିଧି :
ଅମୃତଭଣ୍ଡା ପତ୍ରକୁ ବାହାର କରି ଭଲ ଭାବରେ ଧୋଇନିଅନ୍ତୁ । ଏହି ପତ୍ରକୁ ପାଣିରେ ଫୁଟାନ୍ତୁ ଏବଂ ପାଣି ଅଧା ନହେବା ଯାଏଁ ଫୁଟିବାକୁ ଦିଅନ୍ତୁ । ପରେ ଏହି ପତ୍ରକୁ ବାହାର କରି ବାଟି ନିଅନ୍ତୁ ଏବଂ ଏଥିରୁ ଜୁସ୍ ବାହାର କରନ୍ତୁ । ଅମୃତଭଣ୍ଡା ପତ୍ର ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ ସହାୟକ ହୋଇଥାଏ । ଶରୀରରୁ କମୁଥିବା ପ୍ଲେଟଲେଟସକୁ ବଢାଇବା ସହ ଜମାଟ ବାନ୍ଧୁଥିବା ରକ୍ତକୁ ପ୍ରସାରିତ କରିବାରେ ମଧ୍ୟ ଏହି ପତ୍ର ସହାୟକ ହୋଇଥାଏ । ଅମୃତଭଣ୍ଡା ପତ୍ରରେ ଭିଟାମିନ୍ ଏ,ବି,ସି,କ୍ୟାଲସିୟମ୍,ପ୍ରୋଟିନ ଏବଂ ଆୟରନ୍ ଭରପୂର ମାତ୍ରାରେ ଥାଏ । ଯାହା ଶରୀରକୁ ବିଭିନ୍ନ ରୋଗ ଦାଉରୁ ମୁକ୍ତ କରିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/05/b1fe6193f3784fcf8b7fb26be766a8c5.jpeg)