ବଢିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ! ଏସସିବିରେ ଖୁବଶୀଘ୍ର ଖୋଲିବ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ

କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ । ଗୋଟିଏ ଦିନରେ ୨୬ ରୋଗୀ ହେଲେଣୀ ଚିହ୍ନଟ, ଏସସିବିରେ ପୁଣି ଜଣଙ୍କ ଗଲା ଜୀବନ
କନକ ବ୍ୟୁରୋ : ଏସସିବିରେ ଦିନକୁ ଦିନ ବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ସପ୍ତାହରେ ୫/୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାବେଳେ, ଜୁନରେ କେବଳ ୨୦ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଗଲା ୫ମାସ ଭିତରେ ୭୦ ଡେଙ୍ଗୁ ରୋଗୀ ଏସସିବିରେ ଚିହ୍ନଟ ହେଲେଣି। ସେଥିରୁ ବେଙ୍ଗାଲୁରୁ ଫେରନ୍ତା ରୋଗୀଙ୍କ ସଂଖ୍ୟା ଅଧିକ ଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ନିୟମିତ ବ୍ୟବଧାନରେ ରୋଗୀ ଆସୁନଥିବାରୁ ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡ ଖୋଲାଯାଇପାରିନି। କିନ୍ତୁ ଖୁବଶୀଘ୍ର ୱାର୍ଡ ଖୋଲାଯିବ ବୋଲି ଏସସିବି ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ, ଗଲା କିଛି ବର୍ଷ ହେଲା କଟକରେ ଡେଙ୍ଗୁ ସ୍ଥିତି ଉଦବେଗଜନକ ହୋଇଛି।

dengue Image Courtesy : http://www.elmostrador.cl

ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରକୃତରେ କଟକ ଜିଲ୍ଲାରେ କେତେ ରହିଛି, ସେ ନେଇ ପ୍ରକୃତ ତଥ୍ୟ ସ୍ବାସ୍ଥ୍ୟ ବିଭାଗ ପାଖରେ ନାହିଁ। ଜାନୁୟାରୀରୁ ଜନ୍ ୩୦ସୁଦ୍ଧା ଏସସିବିରେ ୭୦ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଯେଉଁମାନେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି ସେମାନେ କଟକରେ ରହୁନାହାନ୍ତି ବରଂ ବେଙ୍ଗାଲୁରୁ, ପୁନେ, ଚେନ୍ନାଇରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଆସୁଥିବା ଜଣାପଡ଼ିଛି। ଘରକୁ ଆସି ପରୀକ୍ଷା କରିବା ପରେ ସେମାନଙ୍କଠାରେ ଡେଙ୍ଗୁ ରୋଗ ଚିହ୍ନଟ ହୋଇଥିବା ଏସସିବି ମେଡିସିନ୍ ବିଭାଗ ଆସୋସିଏଟ୍ ପ୍ରଫେସର ତଥା ଡେଙ୍ଗୁ ନୋଡାଲ ଅଫିସର ଡାକ୍ତର ଶ୍ରୀପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି। ଏସସିବି କ୍ୟାମ୍ପସରେ ଗତବର୍ଷ ଡେଙ୍ଗୁରେ ୫/୬ଜଣ ଆକ୍ରାନ୍ତ ହୋଇଥିବାବେଳେ ଏ ନେଇ କ୍ୟାମ୍ପସ ପରିସରରେ ଯେଉଁଭଳି ସତର୍କତା ଅବଲମ୍ବନ କରାଯିବା କଥା ତା’ କରାଯାଉନଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe