ବଲାଙ୍ଗୀରରେ ବିମୁଦ୍ରାକରଣର ଦୁଃଖଦ ଚିତ୍ର ! ଜିଲ୍ଲାପାଳଙ୍କ ଅଫିସ ଆଗରେ ପରିବା ଫିଙ୍ଗିଲେ ଚାଷୀ

ବଲାଙ୍ଗୀରରେ ବିମୁଦ୍ରାକରଣର ଦୁଃଖଦ  ଚିତ୍ର ! ଜିଲ୍ଲାପାଳଙ୍କ ଅଫିସ ଆଗରେ ପରିବା ଫିଙ୍ଗିଲେ ଚାଷୀ

ବଲାଙ୍ଗୀର : ବଲାଙ୍ଗୀରରେ ବିମୁଦ୍ରାକରଣର ଦୁଃଖଦ ଚିତ୍ର । ଅତି ଦୟନୀୟ ସ୍ଥିତି ହୋଇଛି ବଲାଙ୍ଗୀର ଚାଷୀଙ୍କର ବିକ୍ର କରିି ନ'ପାରି ଜିଲ୍ଲାପାଳଙ୍କ ଅଫିସ ଆଗରେ ଫିଙ୍ଗି ଦେଇଛନ୍ତି ପରିବା । ବିମୁଦ୍ରାକରଣକୁ ଆଳ କରି ବ୍ୟବସାୟୀମାନେ ଚାଷୀଙ୍କୁ ଅତି କମ୍ ମୂଲ୍ୟ ଦେଉଥିବାରୁ ତାହାର ତୀବ୍ର ପ୍ରତିବାଦ କରାଯାଇଛି ।

ଉଚିତ ଦାମ୍ ଦେଉ ନ'ଥିବାରୁ ବଲାଙ୍ଗୀର ଡେଲି ମାର୍କେଟ ବ୍ୟବସାୟୀଙ୍କୁ ପରିବା ନ'ବିକି ଚାଷୀ ବାହାରେ ପସରା ଖୋଲିଥିଲା । ହେଲେ ବ୍ୟବସାୟୀମାନେ ଜୁଲମ କରିବାରୁ ଚାଷୀ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିବାକୁ ଆସିଥିଲେ । ହେଲେ ସେମାନଙ୍କ ଦୁଃଖ ଶୁଣିବାକୁ କେହି ନଆସିବାରୁ ଏହାର ପ୍ରତିବାଦ କରିଥିଲେ ଚାଷୀ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବା ଆଣି ଫିଙ୍ଗି ଦେବା ଦୃଶ୍ୟ ସ୍ଥାନୀୟ ଅଂଚଳବାସୀଙ୍କୁ ବ୍ୟଥିତ କରିଛି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe