ଆର୍ଥିକ ମାନ୍ଦାବସ୍ଥା ନେଇ ଚେତାଇଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ପୁଣି ବିମୁଦ୍ରାକରଣ, ଜିଏସଟିର ଭୁଲ୍ କାର୍ଯ୍ୟକାରିତାକୁ କଲେ ଦାୟୀ

249

କନକ ବ୍ୟୁରୋ : ଅର୍ଥନୈତିକ ମାନ୍ଦାବସ୍ଥା ଓ ଅଟୋମୋବାଇଲ ସେକ୍ଟର ପ୍ରଭାବିତ ହେବା ଘଟଣାକୁ ନେଇ ନିର୍ମଳା ସୀତାରମଣ ଯେଉଁ ବୟାନ ଦେଇଛନ୍ତି ତାକୁ ସମସ୍ତେ ଗ୍ରହଣ କରିପାରୁ ନାହାଁନ୍ତି । ଏସବୁ ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ମୋଦି ସରକାରଙ୍କୁ ସମାଲୋଚନା କରିବା ସହ ଅର୍ଥନୈତିକ ମାନ୍ଦାବସ୍ଥାରୁ କେମିତି ମୁକୁଳି ହେବ ସେନେଇ ଟିପ୍ସ ଦେଇଛନ୍ତି । ମନମୋହନ ସିଂ ପୁଣି ଥରେ ଦୋହରାଇଛନ୍ତି ଯେ, ବିମୂଦ୍ରାକରଣ ଓ ଜିଏସଟିର ଭୂଲ କାର୍ଯ୍ୟକାରୀତା ଯୋଗୁଁ ଦେଶରେ ଏକ ଦୀର୍ଘକାଳୀନ ମାନ୍ଦାବସ୍ଥା ଦେଖାଦେଇଛି ।

image courtesy : Prajavani

ଯଦି ତୁରନ୍ତ କେନ୍ଦ୍ର ସରକାର ରାଜନୀତିରୁ ଉଧ୍ୱର୍କୁ ଯାଇ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରନ୍ତି ତେବେ ଅନ୍ତତଃ ଆଗାମୀ ତିନିିରୁ ଚାରି ବର୍ଷ ଭିତରେ ଅର୍ଥନୈତିକ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି । କେନ୍ଦ୍ରସରକାର ବିଶେଷଜ୍ଞ ମାନଙ୍କ ପରାମର୍ଶ ନେଇ କାର୍ଯ୍ୟ କରିବାକୁ ସେ କହିଛନ୍ତି । ଅର୍ଥନୈତିକ ମାନ୍ଦାବସ୍ଥାରେ ସୁଧାର ପାଇଁ ବ୍ୟବସ୍ଥାଗତ ସ୍ତରରେ ଚିନ୍ତା କରିବାକୁ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ । ଏହା ସହ ମନମୋହନ ସିଂ କହିଛନ୍ତି ଜିଏସଟିର ସରଳୀକରଣ ଓ କୃଷି କ୍ଷେତ୍ରର ବିକାଶକୁ ଫୋକସ କରାଯାଉ । ନିଯୁକ୍ତି ସୁଯୋଗ ଥିବା କ୍ଷେତ୍ରର ବିକାଶ ଦ୍ୱାରା ସରକାରୀ ଭିତିିଭୂମିର ବିକାଶ ଏବଂ ଅର୍ଥନୈତିକ ସ୍ଥିତିକୁ ମଜବୁତ କରିବ ବୋଲି କହିଛନ୍ତି ମନମୋହନ ।