ଭଙ୍ଗା ଚାଲିଛି ଏମଏଲଏ କ୍ୱାର୍ଟର୍ସ: ପୁରୁଣା କୋଠା ଭଙ୍ଗାଯାଇ ନିର୍ମାଣ ହେବ ବହୁତଳ ବିଶିଷ୍ଟ କୋଠା । ଦିଲ୍ଲୀରେ ସାଂସଦଙ୍କ ଭଳି ଓଡିଶାରେ ବିଧାୟକ ପାଇବେ ସୁବିଧା

163

କନକ ବୁରୋ: ବିଧାନସଭାର ପୁରୁଣା ଏମଏଲଏ କ୍ୱାର୍ଟର୍ସ ଉପରେ ଚାଲିଲା ବୁଲଡୋଜର । ୪୨ଟି ଏଫ୍ ଓ ଆର୍ ଟାଇପ୍ ପୁରୁଣା ଏମଏଲଏ କ୍ୱାର୍ଟର୍ସ ଭଙ୍ଗାଯିବାକୁ ଚାଲିଲା ପ୍ରସ୍ତୁତି । ଏସବୁ ପୁରୁଣା କ୍ୱାର୍ଟର୍ସ ଭଙ୍ଗାଯାଇ ନୂଆ କୋଠା ତିଆରି ହେବ । ଖୁବ୍ ଶୀଘ୍ର ୧୫୦ ଜଣ ବିଧାୟକଙ୍କ ରହିବା ପାଇଁ ବହୁତଳ ବିଶିଷ୍ଟ କୋଠା ଘର ତିଆରି କରାଯିବ ।

ତେବେ ଏହି ଟାୱାର ଗୁଡ଼ିକରେ ୯ ଓ ୧୦ ମହଲା କୋଠା ତିଆରି ହେବ । ଏଥିରେ କୋଠରୀ ଗୁଡ଼ିକ ସାତ ବଖରା ବିଶିଷ୍ଟ ରହିବ । ଏହା ସହ ଜିମ୍, ସ୍ୱିମିଂପୁଲ ଠାରୁ ଆରମ୍ଭ କରି ସମସ୍ତ ଅତ୍ୟାଧୁନିକ ସୁବିଧା ରହିବ ।

ସେପଟେ କ୍ୱାର୍ଟର୍ସ ଭଙ୍ଗାକୁ ନେଇ ବାଚସ୍ପତି କହିଛନ୍ତି, ପ୍ରଥମ ଓ ଦ୍ୱିତୀୟ ଥର ନିର୍ବାଚିତ ବିଧାୟକଙ୍କୁ ଡି-ଟାଇପ କଲୋନୀରେ ବର୍ତ୍ତମାନ ଥଇଥାନ କରାଯିବ । ଏମଏଲଏ କଲୋନୀରେ ଥିବା ୪୨ଟି ଘର ମଧ୍ୟରୁ ୨୨ଟି ଘର ଖାଲି ହୋଇ ସାରିଛି । ପ୍ରଥମେ ସେଗୁଡାକ ଭଙ୍ଗାଯିବ । ଆଉ ଖୁବଶୀଘ୍ର ବିଧାୟକମାନେ ଅନ୍ୟ ଘର ଗୁଡିକ ମଧ୍ୟ ଖାଲି କରିବେ ।

୨୦ ଏକର ଜାଗାରୁ ବର୍ତ୍ତମାନ ୧୨ ଏକର ଜାଗାରେ ୩ଟି ୧୦ ମହଲା ଓ ୫ଟି ୯ ମହଲା ବିଶିଷ୍ଟ କୋଠା ପାଇଁ ସମସ୍ତ ସୁବିଧା ସୁଯୋଗ ଥାଇ ଅତ୍ୟାଧୁନିକ ଆପାର୍ଟମେଂଟ ନିର୍ମାଣ ହେବ । ଦିଲ୍ଲୀରେ ସାଂସଦମାନେ ଯେଉଁ ସୁବିଧା ପାଉଛନ୍ତି, ଏଠାରେ ବିଧାୟକମାନଙ୍କୁ ମଧ୍ୟ ସମାନ ସୁବିଧା ଯୋଗାଇଦିଆଯିବ ବୋଲି ବାଚସ୍ପତି କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.