ମହିଳା ତାତିଲେ, ମଦ ଦୋକାନ ଭାଙ୍ଗିଲେ । ବେଆଇନ ମଦ କାରବାରକୁ ବିରୋଧ କରି ଉତ୍ୟକ୍ତ ମହିଳାଙ୍କ ଲଙ୍କାକାଣ୍ଡ

345

କନକ ବ୍ୟୁରୋ : ମଦ ଦୋକାନକୁ ବିରୋଧ କରି ତାତିଲେ ମହିଳା । ଏକାଠି ହୋଇ ଭାଙ୍ଗିଲେ ୩ଟି ବେଆଇନ ମଦ ଦୋକାନ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରାଇ ଥାନା କଡମା ଅଂଚଳରେ । ଏହି ଅଂଚଳରେ ବେଆଇନ ମଦ କାରବାର ବୃଦ୍ଧି ପାଇଥିବା ବେଳେ ଏହାକୁ ବିରୋଧ କରି ମଦ ଦୋକାନ ଭାଙ୍ଗିବାକୁ ଏକାଠି ହୋଇଥିଲେ ମହିଳା । ତେବେ ରାସ୍ତା ଉପରେ ମଦ ଢାଳିବା ବେଳେ ମଦଦୋକାନୀ ଓ ମହିଳା ମୁହାଁମୁହିଁ ହୋଇଥିଲେ । ମହିଳାଙ୍କ ଅଭିଯୋଗ ଥିଲା କି ଏହି ଦୋକନ ପାଇଁ ଅନେକ ପରିବାର ଛାରଖାର ହୋଇଗଲାଣି ।

 

ତୁରନ୍ତ ମଦ ଦେକାନ ହଟାଅ ଓ ପରିବାର ବଂଚାଅ ନାରାରେ କମ୍ପିଥିଲା ସ୍ଥାନୀୟ ଅଂଚଳ । କୋରେଇରେ ଦେଖାଯାଇଥିବା ଅଭାବନୀୟ ଚିତ୍ରକୁ ହିଁ ଦେଖିଲେ ସ୍ପଷ୍ଟ ଭାବରେ ବାରି ହୋଇ ପଡୁଥିଲା କେମିତି ମଦଦୋକାନକୁ କରାଯାଉଛି ବିରୋଧ । ଗୋଟିଏ ନୁହେଁ କି ୨ ଟି ନୁହେଁ ବରଂ ଏକା ସାଙ୍ଗରେ ୩ ତିନୋଟି ମଦ ଦୋକାନକୁ ଭାଂଗିଥିଲେ ଉତ୍ୟକ୍ତ ମହିଳା । ମହିଳାଙ୍କ କହିବା କଥା ଏହି ମଦ ଦୋକାନ ପାଇଁ ରାସ୍ତାରେ ଝିଅ ଓ ବୋହୂ ଚାଲିବା କଷ୍ଟ ହୋଇଯାଉଛି । କେବଳ ଏତିକି ନୁହେଁ ବରଂ ଘରର ପୁରୁଷ ପୁଅ ଏହିଠାରେ ହିଁ ସମସ୍ତ ଟଂକା ଲଗାଉଛି ଯାହାଦ୍ୱାରା ଘର ଚଳିବା କଥା ତ ଦୂରରେ ଥାଉ ଦିନକୁ ଦି ମୁଠା ଖାଇବା ବି କଷ୍ଟ ହୋଇଯାଉଛି ।

 

ତେଣୁ କୌଣସି ପରିସ୍ଥିତିରେ ଏଠାରେ ମହିଳାମାନେ ମଦ ଦେକାନ କରାଇଦେବେ ନାହିଁ ବୋଲି ରୋକଠୋକ କହିଥିଲେ ମହିଳା । ପୂର୍ବରୁ ଅନେକ ଥର ମଦଦୋକାନକୁ ନେଇ ପୋଲିସ ପାଖରେ ଅଭିଯୋଗ ହୋଇଛି ହେଲେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ତେଣୁ ବାଧ୍ୟ ହୋଇ ଏପରି କରାଯାଇଥିବା ଉତ୍ୟକ୍ତ ମହିଳାମାନେ କହିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ।
ଚେଇଁ