‘ଯିଏ ମନ୍ଦିର ଭାଙ୍ଗିବ, ତାର ବଡ ପୁଅ ମରିବ’ । ଅଭିଶାପ ଡରରେ ବନ୍ଦ ହେଲା ଲିଙ୍ଗରାଜ ମନ୍ଦିର ନିକଟସ୍ଥ ତାରିଣୀ ମନ୍ଦିର ଉଚ୍ଛେଦ କାର୍ଯ୍ୟ, ହେଲେ ଲୋକଙ୍କ ଘରେ ଚାଲିଲା ବୁଲଡୋଜର ।

1,148

କନକ ବ୍ୟୁରୋ : ଆଜି ଲିଙ୍ଗରାଜ ମନ୍ଦିର ଚାରିପଟୁ ଉଚ୍ଛେଦ କାର୍ଯ୍ୟ ଚାଲିଥିବାବେଳେ ଦେଖିବାକୁ ମିଳିଥିଲା କେତେକ ଅଭାବନୀୟ ଦୃଶ୍ୟ । ବିଏମସି କର୍ମଚାରୀମାନେ ମନ୍ଦିର ପଛପଟେ ଥିବା ଏକ ତାରିଣୀ ମନ୍ଦିର ଭାଙ୍ଗିବାକୁ ଯାଉଥିବାବେଳେ ଅଭିଶାପ ଦେଇଥିଲେ ଜଣେ ବ୍ୟକ୍ତି । ଆଉ ଏହାକୁ ଡରି ଉଚ୍ଛେଦକୁ ବନ୍ଦ କରିଦେଇଥିଲେ କର୍ମଚାରୀ । ସେହିପରି ଦୀର୍ଘ ଦିନ ଧରି ଘର କରି ରହୁଥିବା ଲୋକଙ୍କ ଘର ଭାଙ୍ଗିବାବେଳେ ଦେଖିବାକୁ ମିଳିଥିଲା ଦୁଃଖଦ ଦୃଶ୍ୟ ।

ଅଭିଶାପ ଡରରେ ଉଚ୍ଛେଦ ବନ୍ଦ । ବିଏମସି କର୍ମଚାରୀଙ୍କୁ ଅଭିଶାପ ଭୟ । ଲିଙ୍ଗରାଜ ମନ୍ଦିରରେ ନିକଟରେ ଉଚ୍ଛେଦ ଚାଲିିଥିବାବେଳେ ମନ୍ଦିର ପଛପଟେ ଥିବା ହାଟ ପାଖରେ ଏକ ତାରିଣି ମନ୍ଦିରକୁ ଭାଙ୍ଗିବା ପାଇଁ ପହଁଚିଥଲେ ବିଏମସି କର୍ମଚାରୀ । ଗଛ ମୂଳେ ଦୀର୍ଘ ଦିନଧରି ପୂଜା ପାଉଥିବା ତାରିଣି ମାଙ୍କ ମନ୍ଦିରକୁ ଭାଙ୍ଗିବା ପାଇଁ ଆଗକୁ ବଢୁଥିବା ବୁଲଡୋଜର ଅଟକି ଯାଇଥିଲା । ଜଣେ ବ୍ୟକ୍ତି ଅଭିଶାପ ଦେଉଥିଲେ ଯିଏ ମାଙ୍କ ମନ୍ଦିର ଭାଙ୍ଗିବ ତାର ବଡ ପୂୁଅ ମରିବ । ଏତିକି ଶୁଣିବା ପରେ କେହି ଆଉ ଆଗକୁ ବଢି ନଥିଲେ । ମନ୍ଦିର ଭାଙ୍ଗିବା ପ୍ର୍ରୟାସ ସେଇଠାରେ ହିଁ ଅଟକି ଯାଇଥିଲା ।

ସେପଟେ ଅଭିଶାପକୁ ଡରି ମନ୍ଦିର ସିନା ଭାଙ୍ଗିନଥିଲେ ବିଏମସି କର୍ମଚାରୀ , ହେଲେ ଦୀର୍ଘ ଦିନ ଧରି ପିଲା ଛୁଆଙ୍କୁ ନେଇ ରହୁଥିବା ଲୋକଙ୍କ ଘରେ ଚାଲିଥିଲା ବୁଲଡୋଜର । ଗରିବ ଲୋକଙ୍କ ଲୁହ କିଛି ପ୍ରଭାବ ପକାଇ ପାରିନଥିଲା ଉଚ୍ଛେଦ କର୍ମଚାରୀଙ୍କ ଉପରେ । ଯେଉଁ ଗୁରୁବାରରେ ଲକ୍ଷ୍ମୀଙ୍କ ପୂଜା କରୁଥିଲେ ଲୋକେ, ସେହି ଦିନରେ ସେମାନଙ୍କର ଘର ଭାଙ୍ଗିଗଲା ।