କନକ ବ୍ୟୁରୋ: ମାହାଙ୍ଗାର ଭେଡା-ସାଲେପୁର ଗାଁରେ ଜଣେ ମହିଳାଙ୍କୁ ହତ୍ୟା ଅଭିଯୋଗ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦୈତାରୀ ସ୍ୱାଇଁଙ୍କୁ ଗିରଫ କରିଛି ପୁଲିସ । ଘରୋଇ ଝଗଡାରୁ ଏହି ହତ୍ୟାକାଣ୍ଡ ହୋଇଛି ଓ ଦୈତାରୀ ହିଁ ଏକମାତ୍ର ଅଭିଯୁକ୍ତ ବୋଲି ସ୍ପଷ୍ଟ କରିଛି ମାହାଙ୍ଗା ପୁଲିସ । ଏହାସହ ଘଟଣାସ୍ଥଳରେ ଅଭିଯୁକ୍ତ ଡେମୋ ବି ଦେଖାଇଛି ।
ଗତ ୧୮ ତାରିଖ ଦିନ ରାତିରେ ଭେଡା ସାଲେପୁର ଗାଁର ଅନ୍ନପୂର୍ଣ୍ଣା ମହାପାତ୍ରଙ୍କ ମୃତଦେହ ତାଙ୍କ ଘର ନିକଟ ଏକ ଶୁଖିଲା କେନାଲରୁ ମିଳିଥିଲା । ଏ ନେଇ ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଅନ୍ନପୂର୍ଣ୍ଣାଙ୍କ ପୁଅ । ଘଟଣାର ୬ ଦିନ ପରେ ମାହାଙ୍ଗା ପୁଲିସ ଭୀମଦାଶପୁର ଅଂଚଳରୁ ଦୈତାରୀ ସ୍ୱାଇଁଙ୍କୁ ଗିରଫ କରିଛି । ଦୈତାରୀ ହେଉଛି ଅନ୍ନପୂର୍ଣ୍ଣାଙ୍କ ଉଉଣୀ ଜ୍ୱାଇଁ । ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/crime.jpg)