ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ପୁଣି ଉଠିଲା ଦାବି । ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ।

99

କନକ ବ୍ୟୁରୋ : ପୁଣି ତେଜିଲା ପ୍ରଥମ ସ୍ୱାଧୀନତା ସଂଗ୍ରାମର ଦାବି । ସିପାହି ବିଦ୍ରୋହକୁ ପ୍ରଥମ ଗଣଆନ୍ଦୋଳନ ବୋଲି ଘୋଷଣା କରିବା ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ହାଇକୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି, ଏହା ଆମ ପରିସରଭୁକ୍ତ ନୁହେଁ । ଏହାକୁ ନେଇ ଉପଯୁକ୍ତ ଫୋରମକୁ ଯିବା ପାଇଁ ପରାମର୍ଶ ଦେଇଛନ୍ତି କୋର୍ଟ ।

୧୮୦୪ ଏବଂ ୧୮୧୭ର ପାଇକ ବିଦ୍ରୋହ ହେଉଛି ପ୍ରଥମ ଗଣ ଆନ୍ଦୋଳନ । ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି । ଇଏ ହେଉଛି ସେହି ମାମଲା । ଯେଉଁ ମାମଲାରେ ଆବେଦନକାରୀ ଏହାକୁ ପ୍ରଥମ ଗଣଆନ୍ଦୋଳନ ବୋଲି ଦାବି କରିଛନ୍ତି । ନିଜ ଦାବି ସପକ୍ଷରେ କିଛି ଐତିହାସିକ ତଥ୍ୟ ମଧ୍ୟ ନିଜ ଆବେଦନରେ କୋର୍ଟଙ୍କୁ ଦର୍ଶାଇଛନ୍ତି । ଆବେଦନକାରୀ ଏହା ମଧ୍ୟ ଦର୍ଶାଇଛନ୍ତି ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଘୋଷଣା କରାଯିବା ସହିତ ପାଠ୍ୟପୁସ୍ତକରେ ସାମିଲ କରିବା ପାଇଁ ମଧ୍ୟ ଦାବି କରିଛନ୍ତି ।

ସିପାହୀ ବିଦ୍ରୋହର ଢେର ପୂର୍ବରୁ ଓଡିଶାର ଖୋର୍ଦ୍ଧା ଗଡରେ ସୁଭିଥିଲା ସ୍ୱାଧୀନତା ସଂଗ୍ରାମର ପ୍ରଥମ ସ୍ୱର । ଯଥେଷ୍ଟ ତଥ୍ୟ ପ୍ରମାଣ ଥିବା ସତ୍ୱେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ଏଯାବତ ସମ୍ଭବ ହୋଇପାରିନି । ଏହାକୁ ନେଇ ରାଜନୀତି ହୋଇଛି । ବୟାନବାଜି ଚାଲିଛି । ଏହାରି ଭିତରେ ମାମଲା ପହଞ୍ଚିଛି ହାଇକୋର୍ଟରେ ।

ଜଷ୍ଟିସ ଏମ ମୁରଲୀଧର ଓ ଜଷ୍ଟିସ ଏସ.କେ ମିଶ୍ରଙ୍କ ଖଣ୍ଡପୀଠ ଏହାର ଶୁଣାଣି କରି କରିଛନ୍ତି । କୋର୍ଟ କହିଛନ୍ତି, ଏହା ଆମ ପରିସରଭୁକ୍ତ ନୁହେଁ । ଆବେଦନକାରୀଙ୍କ ଓକିଲ ମଧ୍ୟ ଏନେଇ ଯଥେଷ୍ଟ ଯୁକ୍ତି ଉପସ୍ଥାପନ କରିପାରିନାହାନ୍ତି । ଏହାକୁ ନେଇ ଉପ ଯୁକ୍ତ ଫୋରମକୁ ଯିବା ପାଇଁ ପରାମର୍ଶ ଦେଇଛନ୍ତି ।