ଓପିଜିସିରୁ ଏଇଏସକୁ ବିଦା କରିବାକୁ ଜୋର ଧରିଲା ଦାବି : ବନହରପାଲି ସ୍ଥିତ ଓପିଜିସିରେ ଏନେଇ ବସିଥିଲା ବୈଠକ;  ଏଇଏସ କର୍ମଚାରୀଙ୍କ ପାଇଁ କ୍ଷତି ସହିଥିଲା ଓପିଜିସି  

64

କନକ ବ୍ୟୁରୋ : ଓପିଜିସିରୁ ଏଇଏସକୁ ବିତାଡିତ କରିବା ଦାବି ଯୋର ଧରିବାରେ ଲାଗିଛି । ବନହରପାଲି ସ୍ଥିତ ଓପିଜିସିରେ ଏନେଇ ଏକ ବୈଠକ ବସିଥିଲା । ଏଇଏସର ୪୯ ପ୍ରତିଶତ ଅଂଶଧନ କିଣି ରାଜ୍ୟ ସରକାର ଓପିଜିସି ର ମାଲିକାନା ନିଜ ହାତକୁ ଆଣିବା ପରେ ଏଇଏସ କମ୍ପାନୀ ଦ୍ୱାରା ନିଯୁକ୍ତି ପାଇଥିବା କିଛି ଅଧିକାରୀମାନେ ପୁଣି ଓପିଜିସିରେ ରହିବାକୁ ଚାଲ ଚଳାଇଛନ୍ତି ।

ଯାହାକୁ ଓପିଜିସି କର୍ମଚାରୀ ସଂଘ ବିରୋଧ କରୁଛି । ତାହା ସହ ଏଇଏସ କର୍ମଚାରୀମାନଙ୍କ ପାଇଁ  ଓପିଜିସି ଶହ ଶହ କୋଟି ଟଙ୍କା କ୍ଷତି ସହିଥିବାରୁ ଓପିଜିସିରୁ ତୁରନ୍ତକୁ ହଟାଯାଉ ବୋଲି ଦାବି କରିଛନ୍ତି । ତାହା ସହ ଓପିଜିସିରେ ସମାନ କାମକୁ ସମାନ ଦରମା ଦିଆଯାଉ ବୋଲି ଦାବି କରିଛନ୍ତି ।

ଏଇଏସ ନିର୍ମାଣ କରିଥିବା ୟୁନିଟ ୩ ଏବଂ ୪ ଉଦଘାଟନ ହେବାର ୧୮ ମାସ ପରେ ମଧ୍ୟ ୨୫ ପ୍ରତିଶତ ବିଦ୍ୟୁତ ଉତ୍ପାଦନ କ୍ଷମ ହୋଇପାରିଛି । ତେଣୁ ଏହା ନିମ୍ନମାନର କାମ ହୋଇଥିବାରୁ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଅଡିଟ କରି ଏହାର ଯାଂଚ କରିବାକୁ ସଂଘ ଦାବି କରିଛି ।