ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକରେ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ଦାବି : ଏକାଠି ହେଲେ ବିଭିନ୍ନ ଦଳର ୪ ବିଧାୟକ ଓ ସାଂସଦ 

136

କନକ ବ୍ୟୁରୋ : ଭୁବନେଶ୍ୱରରୁ ଖୋର୍ଦ୍ଧା ମଧ୍ୟରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣରେ ତ୍ରୁଟିକୁ ବିରୋଧ କରି ଗୋଟିଏ ମେଂଚରେ ଏକାଠି ହେଲେ ବିଭିନ୍ନ ଦଳର ୪ ବିଧାୟକ ଓ ସାଂସଦ । ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଦେଇ ଯାଇଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ରାସ୍ତାକୁ ତରବରିଆ ଭାବେ ଖୋଳି ଦିଆଯାଇଛି । ଏଠାରେ କେନ୍ଦ୍ର ସରକାର ଅଣ୍ଡର ପାସ ନିର୍ମାଣ କରିବାକୁ ଚାହୁଁଥିବାବେଳେ, ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରିବାକୁ ଦାବି କରି ଆରମ୍ଭ ହୋଇଥିଲା ଆନ୍ଦୋଳନ ।

ଗତ କିଛିଦିନ ଧରି ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଭୁଲ ନିଷ୍ପତିକୁ ବିରୋଧ କରି ଆନ୍ଦୋଳନ ଚାଲିଥିବାବେଳେ ଖୋର୍ଦ୍ଧା ନାଗରିକ ମଂଚରେ ଏକାଠି ହୋଇଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ଦଳର ନେତା । ଏଥିରେ କେବଳ ଖୋର୍ଦ୍ଧା ନୁହେଁ, ଜଟଣୀ, ଖଣ୍ଡପଡା, ଚିଲିକାର ବିଧାୟକଙ୍କ ସହ ସାଂସଦ ମଧ୍ୟ ସାମିଲ ହୋଇଛନ୍ତି । ଆଉ ସମସ୍ତେ ଗୋଟିଏ ମଂଚକେ ଫ୍ଲାଏ ଓଭର ନିର୍ମାଣ ଦାବିକୁ ସମର୍ଥନ ଜଣାଇଛନ୍ତି ।

ଖୋର୍ଦ୍ଧା ନାଗରିକ ମକ୍ଟକ୍ଟ୍ରର ଆହ୍ୱାନରେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଦଳମତ ନିର୍ବିଶେଷରେ ଫ୍ଲାଏ ଓଭର ନିର୍ମାଣକୁ ଦାବି କରିଛନ୍ତି । ସାଂସଦ ଅପରାଜିତା ଷଡଙ୍ଗୀ ଏହି ଦାବିକୁ ସମର୍ଥନ କରିବା ସହ ପୁଣିଥରେ ରିପୋର୍ଟ ପ୍ରସ୍ତୁତ କରି ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ଦାବି ପତ୍ର ଦିଆଯିବ ବୋଲି କହିଛନ୍ତି ।