କନକ ବ୍ୟୁରୋ: ରତ୍ନଭଣ୍ଡାରର ଲେଜର ସ୍କାନିଂ କଥା ସାମ୍ନାକୁ ଆସିବା ପରେ ବିରୋଧୀ ଏହାକୁ ନାପସନ୍ଦ କରିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ଏହି ନିଷ୍ପତି ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଲେଜରସ୍କାନିଂ ନା ନେଇ ରତ୍ନଭଣ୍ଡାର ନଖୋଲିବା ପାଇଁ ସରକାର ଯୋଜନାବଦ୍ଧ ଷଡଯନ୍ତ୍ର କରୁଥିବା କହିଛି ବିଜେପି । ଆଗକୁ ପରିକ୍ରମାପ୍ରକଳ୍ପର ଉଦଘାଟନ ଥିବା ବେଳେ ତାପୂର୍ବରୁ ରତ୍ନଭଣ୍ଡାର ଖୋଲିବାକୁ ଦାବି ହୋଇଛି । ଅନ୍ୟପଟେ ବିରୋଧୀ କହିଛନ୍ତି, ରତ୍ନଭଣ୍ଡାର ଖୋଲିଲେ ସରକାର ଭାଙ୍ଗିିଯିବ । ଏହାର ଜବାବ ରଖିଛି ବିଜେଡି ।
ନଭେମ୍ବର ୨୮ ତାରିଖରେ ରତ୍ନଭଣ୍ଡାର ବାହାର ପାଶ୍ୱର୍ କାନ୍ଥର ଲେଜର ସ୍କାନିଂ କରାଯିବା ପାଇଁ ନିଷ୍ପତି ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଲେଜର ସ୍କାନିଂ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି କହିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସେ କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ରାଜ୍ୟ ସରକାରଙ୍କ ଦାୟିତ୍ୱ
ପରିକ୍ରମା ପ୍ରକଳ୍ପ ପୂର୍ବରୁ ରତ୍ନଭଣ୍ଡାର ଖୋଲାଯାଉ
ସମୀର ପ୍ରଶ୍ନ କରିଛନ୍ତି,
ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଗଜପତିଙ୍କ ସୁପାରିସକୁ କାହିଁକି କାର୍ଯ୍ୟକାରୀ କରାଯାଉନାହିଁ?
ହାଇକୋର୍ଟଙ୍କ କହିବା ଅନୁସାରେ କମିଟି ଗଠନ ନକଲେ ଅଦାଲତ ଅବମାନନା ମାମଲା କରାଯିବ ସେହିପରି ରତ୍ନଭଣ୍ଡାର ଖୋଲିବା ଦାବି ପୁଣି ଦୋହରାଇଛି କଂଗ୍ରେସ । ଦଳର ନେତା ନିଶିକାନ୍ତ ମିଶ୍ର କହିଛନ୍ତି, ସରକାର ଭାଙ୍ଗିଯିବା ଭୟରେ ରତ୍ନଭଣ୍ଡାର ଖୋଲୁନାହାନ୍ତି ସରକାର
ଆସନ୍ତା ୯ ତାରିଖରେ ସମସ୍ତ ବ୍ଲକରେ ସଂକୀର୍ତ୍ତନ ସତ୍ୟାଗ୍ରହ କରିବ କଂଗ୍ରେସ
ଏହାର ଜବାବରେ ବିଜେଡି ବିଧାୟକ ଉମା ସାମନ୍ତରାୟ କହିଛନ୍ତି,
ବିକାଶମୂଳକ କାମକୁ ବିରୋଧ କରିବା ବିରୋଧୀଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି
କାର୍ତିକ ମାସ ଶେଷ ହେବା ପରଦିନ ରତ୍ନଭଣ୍ଡାର କାନ୍ଥର ଲେଜର ସ୍କାନିଂ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ଅନୁମତି ଦେଇଛି ଶ୍ରୀମନ୍ଦିର ପରିଚାଳନା କମିଟି । ଏ ନେଇ ସ୍ୱତନ୍ତ୍ର ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ ହୋଇଛି । ହାଇକ୍ୱାଲିଟି କ୍ୟାମେରା ଦ୍ୱାରା ରତ୍ନଭଣ୍ଡାର ଓ ପାଶ୍ୱର୍ ଦେବାଦେବୀ ମନ୍ଦିର କାନ୍ଥକୁ ସ୍କାନ କରାଯିବ । ଫଳରେ କେଉଁଠି ଫାଟ ସୃଷ୍ଟି ହୋଇଛି ତାହା ଜାଣିହେବ । ଏଏସଆଇର ରିପୋର୍ଟ ପରେ ମରାମତି ନେଇ ଆଲୋଚନା ହେବ । ଏପଟେ କିନ୍ତୁ ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି ଓ ମରାମତି ପାଇଁ ଦାବି କରି ଆସୁଛନ୍ତି ବିରୋଧୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/Collage-Maker-05-Nov-2023-07-22-PM-4744.jpg)