କନକ ବ୍ୟୁରୋ: କୋରାପୁଟ ଜ଼ିଲ୍ଲା ସୁନାବେଡା ସେମିଲିଗୁଡା ଜାତୀୟ ରାଜପଥ କଡରେ ରହିଛି ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ବିଜୁ ସଂଗ୍ରହାଳୟ । ୨୦୧୮ରେ ହାଲ ପକ୍ଷରୁ ତିଆରି ହୋଇଥିବା ଏହି ସଂଗ୍ରହାଳୟରେ ବାୟୁ ସେନା ଲଢୁଆ ବିମାନର ବିଭିନ୍ନ ଯନ୍ତ୍ରପାତି ରହିଛି । କୋରାପୁଟର ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକମାନେ ଯୁଦ୍ଧ ବିମାନର ଯନ୍ତ୍ରାଣ ଦେଖିବାକୁ ବିଜୁ ସଂଗ୍ରହାଳୟରେ ଭିଡ ଲଗାଉଛନ୍ତି । ହାଲରେ ପ୍ରସ୍ତୁତ ଯନ୍ତ୍ରପାତି ନାଁ ଓ ଏହାର ବ୍ୟବହାର ସଂପର୍କରେ ଜଣାଇବା ପାଇଁ ପ୍ରତିଛବି ସହିତ ଯନ୍ତ୍ରପାତି ରହିଛି ।
ବିଜୁ ସଂଗ୍ରାହଳୟ ବୁଲି ଦେଖିବା ପରେ ଛୋଟ ଛୋଟ ପିଲାମାନେ ଭାରତୀୟ ସେନାରେ ପାଇଲଟ ଭାବେ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସଂଗ୍ରହାଳୟରେ ବୁଲିବା ପାଇଁ ୫ ଟଙ୍କାର ଟିକେଟ୍ କରିବାକୁ ପଡିବ । ଗାଡି ପାର୍କିଂ ସୁବିଧା ରହିଛି । ସଂଗ୍ରହାଳୟଟି ସକାଳ ସମୟରେ ବନ୍ଦ ରହୁଥିବା ବେଳେ ଦିନ ୩ଟାରୁ ସନ୍ଧ୍ୟ ୫ଟା ପର୍ଯ୍ୟନ୍ତ ଖୋଲା ରହୁଛି ।
ସଂଗ୍ରହାଳୟକୁ ପ୍ରବେଶ ବିଷୟରେ କୌଣସି ତଥ୍ୟ ଦିଆ ଯାଇନଥିବା ଯୋଗୁ ଅନକେ ସମୟରେ ପର୍ଯ୍ୟଟକମାନେ ଗେଟ ପାଖରେ ଅପେକ୍ଷା କରି ଫେରି ଯାଉଛନ୍ତି । ତେଣୁ ସଂଗ୍ରହାଳୟକୁ ସକାଳ ୯ଟା ରୁ ସନ୍ଧ୍ୟ ୬ଟା ଯାଏଁ ଖୋଲିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/30-20.jpg)