ଆସୁଛି ରଜ, ରାଜଧାନୀରେ ବଢୁଛି ପାନର ଚାହିଦା । ଚର୍ଚ୍ଚାରେ ଚାନ୍ଦି ପାନ, ଗୋଟାକୁ ୨ଶହ ଟଙ୍କା

205

କନକ ବ୍ୟୁରୋ: କାଲି ରଜ ଆଉ ଆଜି ସରିଛି ସଜବାଜ । କାଲିଠୁ ଜମିବ ରଜର ମାହୋଲ । ଏଥର ରଜକୁ ମଜାଦାର କରିବାକୁ ବଜାରରେ ମିଳୁଛି ଭଳିକି ଭଳି ପାନ । ଦୋକାନରେ ମିଳୁଛି ବନାରସୀ ପାନ, ଲଡୁ ମିଠା ପାନ, କିଟକାଟ ପାନ, ଆର୍ୟୁବେଦିକ ପାନ ଭଳି ୧୩୦ରୁ ଅଧିକ ପ୍ରକାରର ପାନ । ଆଉ ଏହାର ଦାମ ୨୫ ଟଙ୍କାରୁ ଆରମ୍ଭ କରି ୧ ହଜାର ୧୧୧ ଟଙ୍କା ପର୍ଯ୍ୟନ୍ତ ରହିଛି ।

ରଜ ପାଇଁ ଚାଲିଛି ସଜବାଜ । ଆଉ ରଜ ବଜାରରେ, ରଜ ପାନର ଚାହିଦା ବଢୁଛି । ଭଳି କି ଭଳି ପାନ ନେଇ ପାନର ପସରା ମେଳୁଛି ଦୋକାନୀ । ରାଜଧାନୀ ସହିଦନଗରର ବନାରସୀ ପାନ ଭଣ୍ଡାରର ମ୍ୟାଜିକ ପାନ ଗ୍ରହକଙ୍କୁ ଆକୃଷ୍ଟ କରୁଛି । ଦୋକାନରେ ମିଳୁଛି ବନାରସୀ ପାନ, ଲଡୁ ମିଠା ପାନ, କିଟକାଟ ପାନ, ଆର୍ୟୁବେଦିକ ପାନ ଭଳି ୧୩୦ରୁ ଅଧିକ ପ୍ରକାରର ପାନ । ଯାହାର ଦାମ ୨୫ ଟଙ୍କାରୁ ଆରମ୍ଭ କରି ୧ ହଜାର ୧୧୧ ଟଙ୍କା ପର୍ଯ୍ୟନ୍ତ ରହିଛି ।

ସେହିପରି ରାଜଧାନୀରେ ଚର୍ଚ୍ଚାରେ ସୁନା ଚାନ୍ଦି ପାନ । ଭବାନୀ ମଲ ସାମ୍ନା ପୃଷ୍ଟି ମିଠା ପାନ ସେଣ୍ଟରରେ ସୁନା ଚାନ୍ଦି ପାନ ଗ୍ରାହକଙ୍କୁ ଆକୃଷ୍ଟ କରୁଛି । ଦୋକାନରେ ୨୦ଟଙ୍କାରେ ଗୁଲକନ୍ଦ ପାନ ମିଳୁଥିବା ବେଳେ ସୁନା ଚାନ୍ଦି ପାନ ଗୋଟାକୁ ୫ଶହ ଟଙ୍କା । ରୋୟାଲ କେଶରୀ କସ୍ତୁରୀ ପାନ, ଡ୍ରାଇଫୁଡ ପାନ ସମେତ ୪୪ ପ୍ରକାର ପାନ ବିକ୍ରି ହେଉଛି । ଘରେ ବସି ସ୍ୱିଗି ଓ ଜୋମାଟୋ ଜରିଆରେ ପାନ ଅର୍ଡର କରାଯାଇପାରୁଛି ।

ଅନ୍ୟପଟେ ନୟାପଲ୍ଲୀ ସିଆରପିଏଫ ଛକରେ ଗୌର ଭାଇଙ୍କ ପାନ ଦୋକନରେ ଫାୟାର ପାନ ଲୋକଙ୍କୁ ଆକୃଷ୍ଟ କରୁଛି । ସ୍ୱତନ୍ତ୍ର ଲବଙ୍ଗ ଦେଇ ନିଆଁ ଲଗାଇ ଗ୍ରାହକଙ୍କ ପାଟିରେ ପାନ ଦିଅନ୍ତି ଦୋକାନୀ । ୨୫ ପ୍ରକାର ଆଇଟମର ପାନ ଏଠାରେ ପ୍ରସ୍ତୁତ ହେଉଛି । ରଜରେ ରାଜପାନର ସ୍ୱାଦ ନେବା ପରମ୍ପରା ବେଶ ପୁରୁଣା । ସେ ପିଲା ହେଉ କି ବୁଢା । ରଜରେ ପାନ ଖଣ୍ଡେ ପାଟିରେ ପକାଇବା ନିଶ୍ଚିତ ।