ବୋହୂକୁ ନ୍ୟାୟ ଦେବା ପାଇଁ ମେଳି ବାନ୍ଧିଲେ ଗାଁଲୋକ : ୧୪ ଦିନ ଧରି ନ୍ୟାୟ ଦାବିରେ ଧାରଣାରେ ବସିଥିଲେ ବି ଶୁଣିଲେନି ଶାଶୁଘର ଲୋକ

156

କନକ ବ୍ୟୁରୋ : ବୋହୂକୁ ନ୍ୟାୟ ଦେବା ପାଇଁ ମେଳି ବାନ୍ଧିଲେ ଗାଁଲୋକ । ୧୪ ଦିନ ଧରି ନ୍ୟାୟ ଦାବିରେ ଧାରଣାରେ ବସିଥିଲେ ବି ଶୁଣିଲେନି ଶାଶୁ ଘର ଲୋକ । ଆସିକା ବ୍ଲକ କଲୋନୀରୁ ଆସିଛି ଏଭଳି ଏକ ନ୍ୟାୟ ଦାବିର ନିଆରା ଦୃଶ୍ୟ । ଯୌତୁକ ନିର୍ଯାତନା ଦେଇ ଲକ୍ଷ୍ମଣପଲ୍ଲୀ ଗାଁର ପଦ୍ମିନୀ ସ୍ୱାଇଁଙ୍କୁ ଘରୁ ତଡ଼ି ଦେଇଥିଲେ ଶାଶୁଘର ଲୋକ । ନ୍ୟାୟ ଦାବିରେ ଦୁଇ ଛୁଆଙ୍କୁ ଧରି ୧୪ ଦିନ ହେବ ଦେଇଥିଲେ ଧାରଣା ।

ଏନେଇ ସେ ପୋଲିସର ଦ୍ୱାରସ୍ଥ ହୋଇଥିଲେ ପଦ୍ମିନୀ । ପୋଲିସ ସ୍ୱାମୀଙ୍କୁ ଗିରଫ ମଧ୍ୟ କରିଛି । କିନ୍ତୁ ଏହା ପରେ ବି ଶାଶୁଘର ଲୋକ ପଦ୍ମିନୀକୁ ଘରକୁ ପ୍ରବେଶ କରିବାକୁ ସୁଯୋଗ ଦେଉନାହାଁନ୍ତି । ଫଳରେ ପ୍ରତିବାଦ କରି ଲକ୍ଷ୍ମଣପଲ୍ଲୀ ଗାଁର ଶହ ଶହ ଲୋକ ଚାଲି ଚାଲି ଆସି ଆସିକା ଥାନାକୁ ଘେରାଉ କରିଛନ୍ତି । ବୋହୂକୁ ତୁରନ୍ତ ନ୍ୟାୟ ଦେବା ପାଇଁ ଥାନା ଆଗରେ ମେଳି ବାନ୍ଧିଛନ୍ତି ଶହ ଶହ ଲୋକ ।