କନକ ବ୍ୟୁରୋ : ଧାରଣା, ବିକ୍ଷୋଭ, ଅନଶନ, ଆନ୍ଦୋଳନ ପରେ ଧର୍ମଗଡ ଜିଲ୍ଲା ଦାବୀ ନେଇ ଆଜି ଦେଖିବାକୁ ମିଳିଛି ଏକ ଅଭିନବ ଦୃଶ୍ୟ।  ଧର୍ମଗଡ଼ ରାଧାକୃଷ୍ଣ ସାଂସ୍କୃତିକ ପରିଷଦର ଯୁବ ସାଧକମାନେ ଧର୍ମଗଡ ଜିଲ୍ଲା ଗଠନ କାମନା କରିଛନ୍ତି । ଶ୍ରାବଣ ଶେଷ ସୋମବାର ଦିନ କଷ୍ଟସାଧ୍ୟ ନାଗବମ୍ ଯୋଗେ ୫କିମି ଦଣ୍ଡବତ ପ୍ରକ୍ରିୟାରେ ଗୁରୁଣ୍ଡି ଗୁରୁଣ୍ଡି ଆସି ସ୍ଥାନୀୟ ଶିବାଳୟରେ ଜଳାଭିଷେକ କରିଛନ୍ତି । ଏହି କଷ୍ଟ ସାଧ୍ୟ ଅଭିନବ ଭକ୍ତି ଓ ଦାବିକୁ ସମର୍ଥନ ଜଣାଇବାକୁ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଓ ଜନ ସାଧାରଣ ଆଗେଇ ଆସି ସମର୍ଥନ ଜଣାଇଥିଲେ।