କନକ ବ୍ୟୁରୋ : ଟାଟା ପାୱାରର ମନମାନି ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଶୂନ୍ୟ କାଳରେ ପଏଣ୍ଟ ଅଫ ଅର୍ଡର ଉଠାଇ ଟାଟା ପାୱାରର ମନମାନି ନେଇ ଉଦବେଗ ପ୍ରକାଶ କଲେ ଜୟନାରାୟଣ । ଟାଟା ପାୱାର ଗୁଣ୍ଡା ଲଗାଇ ବିଲ ସଂଗ୍ରହ କରୁଛି। ମିଟର ଠିକ୍ ଭାବେ କାମ କରୁନି। ଗୋଟିଏ ବଲ ଜଳୁଥିଲେ ବି ଲକ୍ଷ ଲକ୍ଷ ବିଲ ଆସୁଛି। ଜୋର ଜବରଦସ୍ତ ବିଲ୍ ସଂଗ୍ରହ କରୁଛି ଟାଟା ପାୱାର। ଲୋକଙ୍କ ଲାଇନ୍ କାଟୁଛି। ବ୍ୟବସ୍ଥାରେ ନଥାଇ ଏପରି ଟାଟା ପାୱାର କିପରି ମନମାନି କରୁଛି ବୋଲି କହିଛନ୍ତି। ଏ ନେଇ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ବିରୋଧୀ ଦଳ ନେତା ।
ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି ଏ ସଂକ୍ରାନ୍ତରେ ଅନୁଧ୍ୟାନ କରିବା ସହ ମନ୍ତ୍ରୀ, ବିଧାୟକ ଓ ଅଧିକାରୀଙ୍କୁ ଡାକି ଆଲୋଚନା କରିବେ । କିପରି ସମସ୍ୟା ଦୂର ହୋଇ ପାରିବ ସେ ନେଇ ପ୍ରୟାସ କରାଯିବ ବୋଲି କହିଛନ୍ତି ବାଚସ୍ପତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/31-10.jpg)