କନକ ବ୍ୟୁରୋ: ବାହାନଗା ପରି ବିଜୟନଗରମ୍ରେ ଘଟିଛି ଦୁର୍ଘଟଣା । ଦୁଇଟି ଯାକ ଦୁର୍ଘଟଣାରେ ସିଗନ୍ନାଲ ତ୍ରୁଟି ମୁଖ୍ୟ କାରଣ ପାଲଟିଛି ବୋଲି ଉଭୟ ରେଲୱେ ଓ ବିଜୟନଗରମ୍ ପ୍ରଶାସନ ପ୍ରାଥମିକ ରିପୋର୍ଟ ଅନୁସାରେ କହିଛି । କଂଗ୍ରେସ କହିଛି ବାହାନଗା ଘଟଣାର କିଭଳି ପୁନାରାବୃତି ନହେବ ସେତେବେଳେ ରେଳମନ୍ତ୍ରୀ ଅଶି୍ୱନୀ ବୈଷ୍ଣବ କହିଥିଲେ । କିନ୍ତୁ ଦୁର୍ଘଟଣାର ୪ ମାସ ପରେ ସମାନ ପ୍ରକାର ଦୁର୍ଘଟଣା ଘଟିବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଏସଓପି କୁଆଡେ ଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । ରେଲୱେ ପ୍ରଶାସନ ମନ୍ତ୍ରୀଙ୍କ କଥାକୁ ବୋଧହୁଏ ମାନୁନାହାଁନ୍ତି । ତେଣୁ ଏଭଳି ଏକ ଦୁର୍ଘଟଣା ପୁଣି ଥରେ ଘଟିଛି । ପୂର୍ବ ତୁଳନାରେ ରେଳୱେରେ ଦୁର୍ଘଟଣା ବଢ଼ିଛି । ଲୋକେ ଏବେ ଟ୍ରେନରେ ଯିବାକୁ ଡରିଲେଣି ଲୋକେ । ରେଳମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ ।

Advertisment

ଅନ୍ୟପଟେ ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି ରେଳ ଦୁର୍ଘଟଣା ପାଇଁ ନିର୍ଦ୍ଧିଷ୍ଟ ଜଣେ ବ୍ୟକ୍ତିଙ୍କୁ ଦାୟୀ କରି ହେବନି । ଦୁର୍ଘଟଣା ସବୁବେଳେ ଦୁର୍ଘଟଣା । ତେଣୁ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ଭିତ୍ତିହୀନ ବୋଲି କହିଛନ୍ତି ସୁଧୀର ସାମଲ ।