ଚାରିଦ୍ୱାର ଖୋଲିବା ପାଇଁ ଜୋର ଧରିଲା ଦାବି । କ୍ଷୋଭ ପ୍ରକାଶ କଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୁଷଣ ହିରିଚନ୍ଦନ । କହିଲେ, ସୁବିଧାରେ ଦର୍ଶନ ପାଇଁ ନାହିଁ କୌଣସି ବ୍ୟବସ୍ଥା  ।

92

କନକ ବ୍ୟୁରୋ: ସେପଟେ ଭିଡ଼ ଭିତରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ଦାବି ହୋଉଛି । ଏହି ସମୟରେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏହାକୁ ନେଇ ଏକ ଆଲେଖ୍ୟ ଲେଖିଛନ୍ତି । ଧାଡିରେ ଛିଡା ହୋଇ ଲୋକେ କଷ୍ଟ ପାଉଛନ୍ତି । ତାଙ୍କ ପାଇଁ ବ୍ୟବସ୍ଥା ନାହିଁ । କାହାକୁ ଶୌଚ ଲାଗିଲେ ତାର କିଛି ବ୍ୟବସ୍ଥା ନାହିଁ । ଏସବୁ ଦେଖି ଅନେକ କଷ୍ଟ ଲାଗିଛି ବୋଲି ରାଜ୍ୟପାଳ ବିଶ୍ୱଭୂଷଣ ତାଙ୍କ ଆଲେଖ୍ୟ ‘ଜଗନ୍ନାଥଙ୍କ ଦର୍ଶନ ଶୃଙ୍ଖଳିତ ଯନ୍ତ୍ରଣା ରହିତ ହେବା ଆବଶ୍ୟକ’ରେ ଲେଖିଛନ୍ତି ।

ନିକଟରେ ସେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଗସ୍ତ କରିଥିଲେ । ଏହି ସମୟରେ ସେ ନିଜେ ହୃଦବୋଧ କରିଥିବା କଥାକୁ ତାଙ୍କ ଆଲେଖ୍ୟ ଜରିଆରେ ଲେଖିଛନ୍ତି । ସେ କହିଛନ୍ତି, ଗୋଟିଏ ଦ୍ୱାରରେ ପ୍ରକଳ୍ପ କରି ଅନ୍ୟ ୩ଟି ଦ୍ୱାର ଖୋଲିଦେଲେ ସମସ୍ତେ ପ୍ରବେଶ କରି ଦର୍ଶନ କରିବେ । ପ୍ରକଳ୍ପ ହେଉ କିନ୍ତୁ ଐତିହ ନଷ୍ଟ ନହେଉ । ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ଦାବି କରିଛନ୍ତି । ଯଦି କିଛି ଅଘଟଣ ଘଟେ ତାହାଲେ ରାଜ୍ୟ ସରକାର ଦାୟୀ ରହିବେ  ବୋଲି କହିଛନ୍ତି ।